ଯାଜପୁର,୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟର ଯାଜପୁର ଜିଲାକୁ ନେଇ ୯୬ ଲକ୍ଷ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପରିବାରକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ଟ ୧,୦୦୦/- ଙ୍କା ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଯାଜପୁର ଜିଲା ସଦର ବ୍ଳକ ଅଧିନ ଖଇରାବାଦ ପଂଚାୟତର ଶ୍ରୀ ମୂରଲୀଧର ବୈଶାଖ (୧୩୦୭ଚ୧୮୬) ରିଟେଲର ସେଣ୍ଟରରେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଉପ-ସଭାପତି ଶ୍ରୀ ଗଣେଶ୍ୱର ବରାଳ ଯୋଗଦେଇ ସଂପୃକ୍ତ ରିଟେଲର କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନାରେ ସଂପୃକ୍ତ ହିତାଧିକାରୀ ସର୍ବଶ୍ରୀମତୀ ସାବିତ୍ରୀ ପଟ୍ଟନାୟକ, ମଂଜୁଲତା ପଣ୍ଡା, ସ୍ୱର୍ଣ୍ଣଲତା ସାହୁ, ମନୋରମା ପହି, ବୀଣାପାଣି ଜେନା ଏବଂ ସଂଯୁକ୍ତା ଜେନାଙ୍କୁ ୧୦ କିଗ୍ରା ଓ ୨୦ କିଗ୍ରା ର ୨ ଗୋଟି ଲେଖାଏଁ ଝୋଟ ବ୍ୟାଗ (ଆମ ଓଡିଶା, ନବୀନ ଓଡିଶା) ପୂର୍ବକ ଟ ୧,୦୦୦/- ଙ୍କା ଅର୍ଥ ଜୀବିକା ସହାୟତା ରାଶି ପ୍ରଦାନ କରିଥିଲେ ।
ଜିଲା ପରିଷଦ ଉପ-ସଭାପତି ଶ୍ରୀଯୁକ୍ତ ବରାଳ ନିଜ ଅଭିଭାଷଣରେ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କୁ ତଥା ସମାଜର ସବୁ ବର୍ଗର ଲୋକଙ୍କୁ ସଶକ୍ତ କରି ଆମ ଓଡିଶା, ନବୀନ ଓଡିଶା ଭିଜନରେ ମମତା ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ସଶକ୍ତ ଓଡିଶା ଗଠନରେ ଯୋଜନା ଗୁଡିକର ପ୍ରଣୟନ କରିଛନ୍ତି । କୋଭିଡ ସମୟ ଠାରୁ ଆରମ୍ଭ କରି ସବୁ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହାୟତା ସମାଜର କଲ୍ୟାଣ ହିତେ ହୋଇଥିବା ବେଳେ ଜୀବିକା ନିର୍ବାହ ପ୍ରୋତ୍ସାହନ ରାଶି ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆତ୍ମ ସନ୍ତୋଷ ପ୍ରଦାନ କରିବ ବୋଲି ଉଥାପନ କରି ମା’ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଉଦ୍ୟମ, ତାହା ସମାଜର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଜନାରେ ହିତାଧିକାରୀମାନେ ସଦାସର୍ବଦା ସାମିଲ ହୋଇ ଅଧିକରୁ ଅଧିକ ଲାଭବାନ ହେବାକୁ ଆହ୍ୱାନ ଦେଇଥିଲେ ।
ଜିଲା ବେସାମରିକ ଯୋଗାଣ ଅଧିକାରୀ ସେକ୍ ସଲ୍ଳାଉଦ୍ଧିନ ଖାଁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଯାଜପୁର ବ୍ଳ୍କ ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣଲତା ପରିଡା, ମଣ୍ଡଳ ଉନ୍ନୟନ ଅଧିକାରୀ, ଯାଜପୁର ଶ୍ରୀ ସ୍ୱାଗତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ଶେଷରେ ଖଇରାବାଦ ସରପଂଚ କନିସ ପଂତିମା ଙ୍କ ପ୍ରତିନିଧି ସେକ୍ ଅମିନୁ ରସିଦ୍ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଯାଜପୁର ବ୍ଳକ ବେସାମରିକ ଯୋଗାଣ ନିରୀକ୍ଷିକା ଇତିଶ୍ରୀ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା, ପଂଚାୟତର ବିଭିନ୍ନ ୱାର୍ଡର ୱାର୍ଡ ମେମ୍ୱର, ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ, ପରିବାର ବୃନ୍ଦ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉ କି, ଯାଜପୁର ଜିଲ୍ଳ୍ାର ସମସ୍ତ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଜୀବିକା ସହାୟତା ରାଶି ଟ ୧,୦୦୦/- ଙ୍କା ଲେଖାଏଁ ପ୍ରଦାନ କରାଯିବ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ଟ ୧,୦୦୦/- ଙ୍କା ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ ।
