କଟକ ସଦର ,୧୧/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନିର୍ବାଚନ ଆଚରଣବିଧି ଲାଗୁ ହେବା ଏଵଂ ନିର୍ବାଚନରେ ଶାସକ ବିଜେଡ଼ି ଦଳରେ ଥିବା ବିଧାୟକ ପ୍ରାର୍ଥୀ ହାରିଯିଵା ପରଠାରୁ କଟକ ସଦର ବ୍ଲକରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ଥିବା ଅଭିଯୋଗ ହେଉଛି। ନୁଆ କରି ବିଜେପି ରୁ ବିଧାୟକ ହୋଇଥିବା ପ୍ରକାଶ ଚନ୍ଦ୍ର ସେଠୀ ଆଗାମୀ ଦିନରେ ଉନ୍ନତି ମୂଳକ କାର୍ଯ୍ୟର ରୋଡ଼ ମ୍ୟାପ୍ ନକରି କେବଳ ବାହାଘର, ବ୍ରତଘର,ଛୁର୍ତିକିଆ, ମୂର୍ତ୍ତିକିୟା, ଜନ୍ମ ଦିନ ପାର୍ଟି, ମଠ ମନ୍ଦିର, ସ୍କୁଲ କଲେଜ ବୁଲିବାରେ ସମୟ ବିତାଉଥିବା ନେଇ ସଦରର ଉନ୍ନୟନ କେମିତି ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ପୂର୍ବତନ ବିଜେଡ଼ି ବିଧାୟକ ତଥା ବିଜେଡ଼ି ସମର୍ଥନରେ ଜିତିଥିବା ୯୦ ଭାଗ ସରପଂଚ ଓ ସମିତି ସଭ୍ୟ/ ସଭ୍ୟା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ଉପରେ ଆସ୍ଥା ପ୍ରକଟ କରି ମେଳି ବାନ୍ଧିଵା ଆରମ୍ଭ କରିଥିବା ଜଣାପଡିଛି। ପୂର୍ବରୁ କରାଯାଇଥିବା କାର୍ଯ୍ୟର ତୁରନ୍ତ ବିଲ୍ କରିବା,ଏଜେନ୍ସି ପରିବର୍ତନ ନକରିବା ପଞ୍ଚାୟତ ସମିତି ଅନୁଦାନକୁ (ବିଧାୟକ ଓ ସାଂସଦ ପାଣ୍ଠି ବ୍ୟତୀତ) ପଞ୍ଚାୟତ ସମିତି ରେ ନିର୍ଵିଘ୍ନରେ ପାସ୍ କରାଇବା, ପଞ୍ଚାୟତରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ଅଧିକାରୀ ମାନଙ୍କୁ ଵଦଳି ନକରିବା ପ୍ରଭୃତି ଦାବି କରି ସରପଂଚ ମାନେ ଵିଡିଓ ରୁମନା ଜାଫ୍ରିଙ୍କୁ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ୭ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପଞ୍ଚାୟତ ପ୍ରତିନିଧି ମାନେ ଆନ୍ଦୋଳନ କୁ ଓହ୍ଲେଇଵେ ବୋଲି ଚେତାବନୀ ଦେଇଛନ୍ତି। ଏପରି ଟଣାଓଟରା ଭିତରେ ଆଗାମୀ ଦିନରେ ଉନ୍ନୟନ କାର୍ଯ୍ୟ ସଂପୂର୍ଣ୍ଣ ଭୁଷୁଡି ପଡିବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ମତପ୍ରକାଶ ପାଉଛି।
ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ଉପରେ ଆସ୍ଥା ପ୍ରକଟ କରି ମେଳି ହେଲେ ସରପଂଚ ଓ ସମିତି ସଭ୍ୟ/ସଭ୍ୟା,ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ
