ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା-୨୦୨୬-୨୭ ପାଇଁ ନୂତନ ପଞ୍ଜୀକରଣ ନିମନ୍ତେ ଆବେଦନ ଆହ୍ୱାନ

ଯାଜପୁର,୦୭/୧୧/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ରେ ଯୋଗ୍ୟ କାର୍ଯ୍ୟରତ ସାମ୍ବାଦିକମାନଙ୍କ ନୂତନ ପଞ୍ଜୀକରଣ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି।

ଏହି ଯୋଜନାରେ ପୂର୍ବରୁ ସାମିଲ ହୋଇନଥିବା ଯୋଗ୍ୟ କାର୍ଯ୍ୟରତ ସାମ୍ବାଦିକମାନେ ନିଜର ଆବେଦନ ଅନଲାଇନ୍ ମାଧ୍ୟମରେ ଦାଖଲ କରିପାରିବେ। ଏଥିନିମନ୍ତେ ବିଭାଗ ପକ୍ଷରୁ ନଭେମ୍ବର ୦୯ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପୋର୍ଟାଲ ଖୋଲା ରହିବ।

ଆବେଦନ କରିବାକୁ ଇଚ୍ଛୁକ ସାମ୍ବାଦିକମାନେ ବିଭାଗର ନିର୍ଦ୍ଧାରିତ ନିୟମାବଳୀ ଓ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ସହ ଅନଲାଇନ୍‌ରେ ଆବେଦନ କରିବେ।

ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସେମାନଙ୍କ ପରିବାରକୁ ଚିକିତ୍ସାଜନିତ ଆର୍ଥିକ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକାରଙ୍କ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ତେଣୁ ଯାଜପୁର ଜିଲ୍ଲାର ସମସ୍ତ ଯୋଗ୍ୟ କାର୍ଯ୍ୟରତ ସାମ୍ବାଦିକ ଏହି ସୁଯୋଗର ସଦୁପଯୋଗ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଯାଜପୁର ପକ୍ଷରୁ ଅନୁରୋଧ କରାଯାଇଛି।

ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସେମାନଙ୍କ ପରିବାରକୁ ଚିକିତ୍ସାଜନିତ ଆର୍ଥିକ ସହାୟତା ପ୍ରଦାନ ଦିଗରେ ରାଜ୍ୟ ସରକାରଙ୍କ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣକାରୀ ପଦକ୍ଷେପ। ତେଣୁ ଯାଜପୁର ଜିଲ୍ଲାର ସମସ୍ତ ଯୋଗ୍ୟ କାର୍ଯ୍ୟରତ ସାମ୍ବାଦିକ ଏହି ସୁଯୋଗର ସଦୁପଯୋଗ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନଲାଇନ୍ ଆବେଦନ କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଯାଜପୁର ପକ୍ଷରୁ ଅନୁରୋଧ କରାଯାଇଛି।

ୱେବ୍ସାଇଟ : https://owjws.odisha.gov.in

-0-

ଅଭିନାଶ ସାଗର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *