ଯାଜପୁର ଜିଲ୍ଲାରେ ‘ବାଲ ବିବାହ ମୁକ୍ତ ଭାରତ’ ସଚେତନତା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର,୦୭/୧୧/୨୦୨୬(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ‘ବାଲ ବିବାହ ମୁକ୍ତ ଭାରତ’ (BVMB) ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ  ହୋଇଯାଇଛି।

​ଆନ୍ତର୍ଜାତିକ ଶିଶୁ, ବାଲ୍ୟ ଏବଂ ବାଧ୍ୟତାମୂଳକ ବିବାହ ନିରାକରଣ ଦିବସ-୨୦୨୬ ଅବସରରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଏହି ବୈଠକର ଆୟୋଜନ କରାଯାଇଥିଲା।

ସମସ୍ତଙ୍କ ସହଯୋଗରେ ୧୦୦ ଦିନିଆ ‘ବାଲ୍ୟ ବିବାହ ନିରୋଧ ସଚେତନତା ଅଭିଯାନ’ ଅଧୀନରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ, ସଭା, ଶୋଭାଯାତ୍ରା ଓ ପ୍ରଚାର-ପ୍ରସାର କରାଯିବ।

ସମସ୍ତ ବ୍ଲକ୍, ପଞ୍ଚାୟତ, ତାଲୁକ, ଗ୍ରାମ ସମେତ ବିଦ୍ୟାଳୟ, ମହାବିଦ୍ୟାଳୟ, ସମ୍ପ୍ରଦାୟ କେନ୍ଦ୍ର (Community Place), ଧାର୍ମିକ ଅନୁଷ୍ଠାନ (Religious Place), ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ୟୁଥ୍ କ୍ଲବ୍ (Youth Club) ଗୁଡ଼ିକୁ ସଚେତନତା ପ୍ରସାରର ମୁଖ୍ୟ ମାଧ୍ୟମ ଭାବେ ବ୍ୟବହାର କରାଯିବ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ କହିଥିଲେ ଜେ “ଆଜିର ଏକକ ପରିବାରରେ ପିଲାମାନେ ଏକାକୀ ହୋଇପଡ଼ୁଛନ୍ତି, ଯାହା ପୂର୍ବର ଯୌଥ ପରିବାରର ସ୍ନେହ-ସହଯୋଗଠାରୁ ଭିନ୍ନ। ଖାଦ୍ୟ ଓ ପରିବେଶର ଗୁଣବତ୍ତା ହ୍ରାସ ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଛି। ସଂସ୍କାର ଦେବା ସତ୍ତ୍ୱେ ବୟସ ସହ ପିଲାଙ୍କ ମାନସିକ ପରିବର୍ତ୍ତନକୁ ନେଇ ଅଭିଭାବକ ଚିନ୍ତିତ।”

​ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପାର୍ବତୀ ସାହୁଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ , ସୁରକ୍ଷା ଅଧିକାରୀ , ଆଶା କୋଅର୍ଡିନେଟର, ସମସ୍ତ ସି.ଡି.ପି.ଓ  ଏବଂ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ନିଜର ମୂଲ୍ୟବାନ ପରାମର୍ଶ ଓ ସହଯୋଗ ପ୍ରଦାନ କରିଥିଲେ।

-0-

ଅଭିନାଶ ସାଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *