ଲକ୍ଷ୍ମୀପୁର,୨୦/୦୨/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) – ଆଜି ଠାରୁ ମେଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ଥିବା ବେଳେ ସ୍ଥାନୀୟ ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ରରୁ ସକାଳ ୬.୩୦ ରେ ତିନୋଟି ଡେସ୍ପାଚ୍ ଟିମ୍ ଗଠିତ ହୋଇ ୯ ଟି କେନ୍ଦ୍ରରେ ଠିକ୍ ସମୟରେ ପ୍ରଶ୍ନ ପତ୍ର ପହଞ୍ଚାଇ ଥିଲେ।ପ୍ରତି ଟିମ୍ ପ୍ରଥମ କେନ୍ଦ୍ରରେ ୭.୩୦ ରେ ପ୍ରଶ୍ନ ପତ୍ର ପ୍ୟାକେଟ ଦେବାକୁ ନିର୍ଦ୍ଦେଶ ଥିବା ବେଳେ ଶେଷ କେନ୍ଦ୍ରରେ ୮.୧୫ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଥିଲା ଓ ତାହା ପାଳିତ ହେଉଛି। ନୋଡାଲ କେନ୍ଦ୍ରରୁ ଡେସ୍ପାଚ୍ ଟିମ୍ ଯିବାବେଳେ ସ୍ଥାନୀୟ ତହସିଲଦାର ନୈବେଦ୍ୟ କୁମାର ଭୋଇ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିବାବେଳେ ନୋଡାଲ ଅଧିକାରୀ ଭାବେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ଓ ସହ ଅଧିକାରୀ ଭାବେ ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ନୋଡାଲ ପରିଚାଳନା କରୁଛନ୍ତି। ଡେସ୍ପାଚ୍ ଟିମ୍ ୧ ରେ ଶିକ୍ଷକ ମାନସ ରଞ୍ଜନ ଜେନା, ନିରୋଦ କୁମାର ରାଏ, ଟିମ୍ ୨ ରେ ଚକ୍ରଧର ଧର, ସୁନୀଲ କୁମାର ଗରଡ଼ା, ଟିମ୍ ୩ ରେ କିରନ୍ମୟ ଦତ୍ତ ଓ ଶଙ୍କର ଗୁଡ଼ୁମ୍ବକା ନିୟୋଜିତ ହୋଇଥିବା ବେଳେ ଟିମ୍ ୧ ସାଙ୍ଗାଣା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପୁର, ସରକାରୀ ଆଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟ, ମୀନପାଇ ଓ ଆଶ୍ରମ ବିଦ୍ୟାଳୟ, ଚମ୍ପି ରେ, ଟିମ୍ ୨ କକିରିଗୁମା ଉଚ୍ଚ ବିଦ୍ୟାଳୟ, ଦଶମନ୍ତପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟ,ମାଛପୁଟ ପାଇଁ, ଟିମ୍ ୩ ଆଶ୍ରମ ବିଦ୍ୟାଳୟ, ପଞ୍ଚଡା, ନୋଡାଲ ଉଚ୍ଚ ବିଦ୍ୟାଳୟ ପୋଡଗଡ ଓ ଆଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟ, ପୋଡ଼ଗଡ ରେ ପ୍ରଶ୍ନ ପତ୍ର ପ୍ୟାକେଟ ପହଞ୍ଚାଇବା ଓ ଉତ୍ତର ପ୍ୟାକେଟ ଆଣି ନୋଡାଲ କେନ୍ଦ୍ର ରେ ଦେବା ଦାୟିତ୍ବ ତୁଲାଇବା ନିମନ୍ତେ ନିଯୁକ୍ତ ହୋଇଛନ୍ତି। ଆଜି ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷାରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀପୁର କେନ୍ଦ୍ରରେ ୨୮୫ ରୁ ୨୮୪ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ, ମିନାପାଇ କେନ୍ଦ୍ରରେ ୨୪୩ ରୁ ୨୩୯, ଚମ୍ପୀ ରେ ୧୪୩ ରୁ ୧୪୨, ପଞ୍ଚଡ଼ା ରେ ୨୯୫ ରୁ ୨୯୩, ପୋଡାଗଡ ନୋଡାଲ ସ୍କୁଲ୍ ରେ ୧୩୮ ରୁ ୧୩୭, ପୋଡ଼ାଗଡ ଆଶ୍ରମ ବାଳିକା ଉଚ୍ଚ ବିଦ୍ୟାଳୟ ରେ ୧୨୪ ରୁ ୧୧୧, କାକିରିଗୁମା କେନ୍ଦ୍ରରେ ୨୭୫ ରୁ ୨୭୦, ଦଶମନ୍ତପୁର କେନ୍ଦ୍ରରେ ୨୪୭ ରୁ ୨୩୨ ଓ ମଛପୁଟ କେନ୍ଦ୍ରରେ ୨୨୨ ରୁ ୨୨୦ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଲକ୍ଷ୍ମୀପୁର ନୋଡାଲ ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ ଆଜିର ପରୀକ୍ଷା ଶାନ୍ତି ଶୃଙ୍ଖଳା ସହ ସକାଳ ୯ ରେ ଆରମ୍ଭ ହୋଇ ୧୧.୩୦ ରେ ଶେଷ ହୋଇଥିଲା।
Related Posts
ଆଦିବାସୀ ମହାବିଦ୍ୟାଳୟରେ ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ ପାଠଚକ୍ରର ଉଦଯାପନୀ ଉତ୍ସବ
ବାଲିଗୁଡ଼ା,୦୩/୦୨/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପାଠଚକ୍ର…
ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରିବାକୁ କେନ୍ଦ୍ରାପଡା ଏନପିଏସ ଶିକ୍ଷକଙ୍କ ଚେତାବନୀ –
କେନ୍ଦ୍ରାପଡା,୧୨/୦୩/୨୦୨୪ (ଓଡ଼ିଶା ସମାଚାର)-୨୦୦୪ ରୁ ୨୦୧୩ ମଧ୍ୟରେ ସରକାରୀ ହାଇସ୍କୁଲରେ ନିଯୁକ୍ତ ଶିକ୍ଷକଙ୍କୁ ୬ଟି ଇନକ୍ରିମେଂଟ ସହ ନିୟମିତ କରିବା, ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଦାବି…
ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିର
ବାଲିଗୁଡା,୨୩/୦୯/୨୫(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଦିବସ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍…
