ଯାଜପୁର,୦୭/୧୧/୨୦୨୬(ଓଡ଼ିଶା ସମାଚାର)- ଯାଜପୁର ସହରରେ ଚଳିତ ବର୍ଷ କାଳୀପୂଜା ଉପଲକ୍ଷେ ଜନସାଧାରଣଙ୍କ ସୁବିଧା, ଭିଡ଼ ନିୟନ୍ତ୍ରଣ ଏବଂ ଯାନବାହାନ ଚଳାଚଳକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ତାରିଖ ୦୭.୧୧.୨୦୨୬ ଠାରୁ ୧୭.୧୧.୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୪ ଘଟିକା ଠାରୁ ରାତ୍ରି ୧୨ ଘଟିକା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହି ସମୟରେ ନିମ୍ନଲିଖିତ ଟ୍ରାଫିକ୍ ନିୟମ ଓ ରୁଟ୍ ପରିବର୍ତ୍ତନ ପ୍ରତି ଜନସାଧାରଣ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି।
କଟକ ସହର ଆଡ଼ୁ ଆସୁଥିବା ସମସ୍ତ ଚାରିଚକିଆ ଯାନ, ବସ୍ ଓ ଭାରୀଯାନ ମାନସା ପୋଲ ଦେଇ କିଆନାଳି ଛକରୁ ସିଧା ରିଙ୍ଗ୍ ରୋଡ୍ରେ ଯାଇ ବଲ୍ଲଭୀଘାଟ, ସୁନ୍ଦରୀମୁହଁ ଦେଇ ମଙ୍ଗଳପୁର ଯିବେ। ସେହିପରି ମଙ୍ଗଳପୁର ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ଏହି ରୁଟ୍ରେ କଟକ ଯିବେ। ଅନ୍ୟପକ୍ଷରେ, କଟକ ସହର ଆଡ଼ୁ ଆସୁଥିବା ସମସ୍ତ ଚାରିଚକିଆ ଯାନ, ବସ୍ ଓ ଭାରୀଯାନ ମାନସା ପୋଲ ଦେଇ ବୈଦ୍ୟରାଜପୁର ପୋଲ ଛକରୁ କେନାଲ ରାସ୍ତା ଦେଇ ଅଠରନଳାରେ ବାହାରି ବିଞ୍ଝାରପୁର ଯିବେ। ସେହିପରି ବିଞ୍ଝାରପୁର ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ଏହି ରୁଟ୍ରେ କଟକ ଯିବେ।
ଗାନ୍ଧୀଛକଠାରୁ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ଥାନା ଏବଂ ହାବେଳି ବଜାର ଆଡ଼କୁ ଯାଇପାରିବେ ନାହିଁ। କେବଳ ପଦଚାରୀଙ୍କୁ ଯାତାୟାତ ପାଇଁ ଅନୁମତି ଦିଆଯିବ। ଯୋଡ଼ିକୂଅ ଛକଠାରୁ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ଗରିଆପୁର ଆଡ଼କୁ ଯିବାକୁ ଦିଆଯିବ ନାହିଁ। ସେହିପରି ଗରିଆପୁର ଛକଠାରୁ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ଯୋଡ଼ିକୂଅ ଏବଂ ବଡ଼ବଜାର ଆଡ଼କୁ ଯିବାକୁ ଦିଆଯିବ ନାହିଁ।
ବଲ୍ଲଭୀଘାଟ ଛକଠାରୁ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ଗରିଆପୁର ଆଡ଼କୁ ଯିବାକୁ ଦିଆଯିବ ନାହିଁ। ମହିଳା କଲେଜ ଛକଠାରୁ ମଧ୍ୟ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ଗରିଆପୁର ଆଡ଼କୁ ଯିବାକୁ ଦିଆଯିବ ନାହିଁ। ରେଡ୍କ୍ରସ୍ ଛକଠାରୁ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ମେଡିକାଲ ଛକ ଆଡ଼କୁ ଯିବାକୁ ଦିଆଯିବ ନାହିଁ। ଏହି ନିୟମ କେବଳ ଭିଡ଼ ହୋଇଥିବା ସମୟରେ ପ୍ରଯୁଜ୍ୟ ହେବ।
ଗରିଆପୁର ୟୁ.ଜି.ଏମ୍. ସ୍କୁଲ ଛକଠାରୁ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ଗରିଆପୁର ଆଡ଼କୁ ଯିବାକୁ ଦିଆଯିବ ନାହିଁ। ସେହିପରି କାଳୀମେଘା ଛକଠାରୁ ମଧ୍ୟ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ଗରିଆପୁର ଆଡ଼କୁ ଯିବାକୁ ଦିଆଯିବ ନାହିଁ। କୁଆଁସରପୁର ଛକଠାରୁ ଆବଶ୍ୟକ ସ୍ଥଳେ ସମସ୍ତ ଯାନବାହାନ ଭାଗବତପୁର ଓ ମହାବୀର ଛକ ଦେଇ ରେଡ୍କ୍ରସ୍ ଛକରେ ବାହାରିବେ।
ଅମ୍ବିକାଇ ଛକଠାରୁ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଯାନବାହାନ ଗରିଆପୁର ଆଡ଼କୁ ଯିବାକୁ ଦିଆଯିବ ନାହିଁ। ବଲ୍ଲଭୀଘାଟ ଛକଠାରୁ ଅପରାହ୍ନ ୪ ଘଟିକା ଠାରୁ ସମସ୍ତ ଚାରିଚକିଆ ଓ ଦୁଇଚକିଆ ଯାନ ବଡ଼ବଜାର ଆଡ଼କୁ ଯିବାକୁ ଦିଆଯିବ ନାହିଁ। ଥାନା ଗଡ଼ା, ପୁରୁଣା ଦମକଳ ଗଡ଼ା, ମାର୍କେଟ ଗଡ଼ା, ହରପାର୍ବତୀ ଗଡ଼ା, ବନସ୍ପତି ଭଣ୍ଡାର ଗଡ଼ା ଏବଂ ଜଗନ୍ନାଥ ମନ୍ଦିର (ବଡ଼ବଜାର) ଗଡ଼ା ଦେଇ ଅପରାହ୍ନ ୪ ଘଟିକା ଠାରୁ କୌଣସି ଯାନବାହାନ ବଜାର ଭିତରକୁ ଯିବାକୁ ଦିଆଯିବ ନାହିଁ। ନାରାୟଣ ଛକଠାରୁ ଅପରାହ୍ନ ୪ ଘଟିକା ଠାରୁ କୌଣସି ଯାନବାହାନ ଗରିଆପୁର ଏବଂ ବଡ଼ବଜାର ରାସ୍ତାରେ ଯିବାକୁ ଦିଆଯିବ ନାହିଁ।
କାଳୀପୂଜା ଉପଲକ୍ଷେ ସହରକୁ ଆସୁଥିବା ଯାନବାହାନଗୁଡ଼ିକର ସୁବିଧା ନିମନ୍ତେ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ବିଞ୍ଝାରପୁର ଆଡ଼ୁ ଆସୁଥିବା ଯାନବାହାନଗୁଡ଼ିକ ପାଇଁ କୁସୁମାଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଷଠିପୁର ଓ ବରୁଆଁ ଆଡ଼ୁ ଆସୁଥିବା ଯାନବାହାନଗୁଡ଼ିକ ପାଇଁ ମେଡିକାଲ କଲେଜ ନିକଟସ୍ଥ ନୂତନ ପୌରପାଳିକା ମାର୍କେଟ୍ କମ୍ପ୍ଲେକ୍ସଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ମଙ୍ଗଳପୁର ଓ ଭଦ୍ରକ ଆଡ଼ୁ ଆସୁଥିବା ଯାନବାହାନଗୁଡ଼ିକ ପାଇଁ ବୁଦ୍ଧପାର୍କ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
-0-
ଅଭିନାଶ ସାଗର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
