କେନ୍ଦ୍ରାପଡ଼ା, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମୋଦି ସରକାରଙ୍କ ଦ୍ୱାରା ପାରିତ ନିର୍ବାଚନୀ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳ ମାନେ ଚାନ୍ଦା ଗ୍ରହଣ କରିବା ଆଇନକୁ ରଦ୍ଧ କରିବା ପରେ, ଓଡିଶାର କେତେକ ସମ୍ବାଦପତ୍ର ସିପିଆଇ(ଏମ ) ଦଳ ମଧ୍ୟ ବଣ୍ଡ ଜରିଆରେ ଚାନ୍ଦା ଗ୍ରହଣ କରିଥିବା ସମ୍ବାଦ ପ୍ରକାଶ କରିଛନ୍ତି । ଏଭଳି ସମ୍ବାଦ ସମ୍ପୂର୍ଣ ମିଥ୍ୟା ଓ ଅସତ୍ୟ ଆଧାରିତ । ବିଜେପି, ବିଜେଡି ପରି ଦଳ ସମେତ ଦେଶର ବହୁ ରାଜନୈତିକ ଦଳ ଏଭଳି ଶହ ଶହ କୋଟି ଟଙ୍କାର ଚାନ୍ଦା ଗ୍ରହଣ କରିଥିବା ବେଳେ ସିପିଆଇ(ଏମ ) ପ୍ରଥମରୁ ଏହାକୁ ବିରୋଧ କରି ଆସିଛି । ନୀତିଗତ ଭାବେ ଏହି ବ୍ୟବସ୍ଥାକୁ ବିରୋଧ କରି ସିପିଆଇ(ଏମ ) ପକ୍ଷରୁ ଷ୍ଟେଟ ବ୍ୟାଙ୍କରେ ଏଥିପାଇଁ ଆବଶ୍ୟକୀୟ ଆକାଉନ୍ଟ ମଧ୍ୟ ଖୋଲି ନାହିଁ । ରାଜନୈତିକ ଦଳ ଭାବେ ସିପିଆଇ(ଏମ) ହିଁ ପ୍ରଥମେ ଏହି ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରି ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ମକଦ୍ଧମା ଦାଏର କରିଥିଲେ । ସେହି ମକଦ୍ଧମାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ବ୍ୟବସ୍ଥାକୁ ବେଆଇନ ଦର୍ଶାଇ ରଦ୍ଧ କରିଛନ୍ତି । ତେଣୁ ଜାଣି ଶୁଣି ଉଦ୍ଧେଶ୍ୟ ମୂଳକ ଭାବେ ସିପିଆଇ(ଏମ )କୁ ଅନ୍ୟ ରାଜନୈତିକ ଦଳ ମାନଙ୍କ ସହ ସମାନ ଭାବେ ଦର୍ଶାଇବା ଉଦ୍ଧେଶ୍ୟରେ ଏପରି ମିଥ୍ୟା ସମ୍ବାଦ ପରିବେଷଣ କରାଯାଉଛି । କେବଳ ନିର୍ବାଚନୀ ବଣ୍ଡ ନୁହେଁ, କର୍ପୋରେଟ ସଂସ୍ଥା ଓ ବଡ ବଡ଼ କମ୍ପାନୀ ମାନଙ୍କ ପାଖରୁ ରାଜନୈତିକ ଦଳ ମାନେ ଚାନ୍ଦା ଗ୍ରହଣକୁ ମଧ୍ୟ ପାର୍ଟି ବିରୋଧ କରି ଆସିଛି । ଏପରିକି ବଡ଼ ବଡ଼ କମ୍ପାନୀ ମାନେ ପଠାଇଥିବା ଚାନ୍ଦା କୁ ନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିବା ଦୃଷ୍ଟାନ୍ତ ରହିଛି । ଏ ସମ୍ପର୍କରେ ପାର୍ଟିର କେନ୍ଦ୍ର କମିଟି ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ଦିଆ ଯାଇଛି ବୋଲି ପାର୍ଟିର ଜିଲା ସମ୍ପାଦକ ଗୟାଧର ଧଳ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।
Related Posts
ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ : ଚାଷୀଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ସହ କୃଷିରୁଣ ଛାଡ଼ ଦାବି -ସମାଜବାଦୀ ପାର୍ଟି ଓଡିଶା
ଭୁବନେଶ୍ୱର,୦୮/୦୧/୨୦୨୫ (ଓଡ଼ିଶା ସମାଚାର)-ରାଜ୍ୟରେ ପ୍ରବାସୀ ଭାରତୀୟ ମାନଙ୍କ ସମ୍ମିଳନୀ ଚାଲିଛି ବିଭିନ୍ନ ରାଷ୍ଟ୍ରର ପ୍ରବାସୀ ମାନଙ୍କୁ ଆତିଥ୍ୟ ଦେବାକୁ ସଜେଇ ହୋଇଛି ରାଜଧାନୀ । କେନ୍ଦ୍ର ମନ୍ତ୍ରୀ…
କଟକ ସଦର ବିଜେପି ସୁଦାମଵତୀ ମଣ୍ଡଳରେ ହର ଘର ତ୍ରିରଙ୍ଗା ମଟରସାଇକେଲ ଶୋଭାଯାତ୍ରା
କଟକ ସଦର,୧୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୁଦାମଵତୀ ବିଜେପି ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀଙ୍କ ନେତୃତ୍ଵରେ ଆଜି ଗୁରୁବାର…
ମେଣ୍ଟ ରାଜନୀତିରେ କଟକ ସଦରରେ ସମୀକରଣ ବଦଳିବା ସମ୍ଭାବନା –
ପ୍ରକାଶ ସେଠୀ ସ୍ୱ।ଧିନ ପ୍ରାର୍ଥୀ ହେଵା ସମ୍ଭାବନା ! କଟକ ସଦର,୦୧/୦୩/୨୦୨୪ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ପାଖେଇ…
