ସମାଜସେବୀ ଲକ୍ଷ୍ମୀଧର ଜେନାଙ୍କ ପତ୍ନୀ ଓ ମା’ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଞ୍ଜଳି 

କଟକ ସଦର ,୨୪/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ଯୁବ ସଂଗଠକ ଓ ସମାଜସେବୀ ଲକ୍ଷ୍ମୀଧର ଜେନାଙ୍କ ପତ୍ନୀ ଜୟନ୍ତୀ ଜେନା ଓ ମାତା ସୁଧାରାଣୀ ଜେନା ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଅବସରରେ ଵ୍ରାହ୍ମଣଵାଡ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗତକାଲି (ସୋମବାର) ରାତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବ୍ୟକ୍ତିବିଶେଷ ଙ୍କ ସହିତ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଯୁବ ସମାଜସେବୀ ସ୍ୱରୂପ ସୁମନ ଦାସ, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ବିମଳ ପଣ୍ଡା,କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ଅଭୟ ସ୍ୱ।ଇଂ, ରଘୁନାଥ  ଚୈ।ଧୁରୀ, ଗୋକୁଳ ପ୍ରଧାନ, ହୃଦାନନ୍ଦ ହୋତା,ସଦର ଵ୍ଲକ ଛାତ୍ର ବିଜେଡ଼ି ସଭାପତି ସତ୍ୟସିଦ୍ଧାନ୍ତ ଦାଶ, ସୂଦର୍ଶନ ଜେନା, ସମୀର ସେନାପତି, ସରୋଜ ବାରିକ୍, ସଂଘମିତ୍ରା ବେହେରା,କ୍ଷିତେନ୍ଦ୍ର ମିତ୍ର , ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ମନୋଜ ନାୟକ ଓ ନିର୍ମଳ ଦାସ ପ୍ରମୁଖ ଯୋଗ ଦେଇ ଉଭୟ ଶାଶୁ ବୋହୁ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *