ପରମହଂସ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଡ୍ରେନ୍ ୧୫ ଦିନ ଗଲା ନାହିଁ, ଲୋକେ ହିନସ୍ଥା

କଟକ ସଦର, ୨୩/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକରେ ନିର୍ମାଣ କରାଯାଉଥିବା ନିମ୍ନ ମାନର କାର୍ୟ୍ୟ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ଲୋକଲୋଚନକୁ ଆସୁଥିବା ବେଳେ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ବ୍ଲକ ପ୍ରଶାସନ ର କାର୍ଯ୍ୟଧାରା ପ୍ରତି ସାଧାରଣରେ ପ୍ରଶ୍ନ ଉଠିଛି।

ପ୍ରକାଶ ଯେ ଏବେ ନିକଟରେ ପରମହଂସ ପଞ୍ଚାୟତ ର ୩ ନମ୍ବର ୱ।ର୍ଡ ଖରୁଡା ସାହିରେ ହାଟସାହି କାଠଯୋଡି ସ୍କୁଲରେ ଜମି ରହୁଥିବା ଉଦଵୃତ୍ତ ଜଳ ନିଷ୍କାସନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଡ୍ରେନ୍ ନିର୍ମାଣ କାର୍ୟ୍ୟ କରାଯାଇଛି। ଯାହାକୁ ବିଭାଗୀୟ ଯନ୍ତ୍ରୀ ଦଳୀୟ ଭିତ୍ତିରେ ଦଳୀୟ ପତାକା ମାରି କରିଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ହେଲେ ଅଧିକ ମୁନାଫା ପାଇଁ ନିର୍ମାଣ କରାଯାଇଥିବା ଉକ୍ତ ଡ୍ରେନ୍ ଭୁଷୁଡି ପଡିବା ଯୋଗୁଁ ତାହା ଏବେ ମରଣଯନ୍ତା ରେ ପରିଣତ ହୋଇଛି।

ଯେଉଁଥିପାଇଁ ଗ୍ରାମବାସୀମାନେ ଉକ୍ତ ବିପଦପୂର୍ଣ୍ଣ ଡ୍ରେନ୍ ଉପରେ ଯାତାୟତ ପାଇଁ ଭୟ କରୁଛନ୍ତି। ଏକ ଟ୍ରାକ୍ଟର ଉକ୍ତ ଡ୍ରେନ୍ ରେ ଗଳି ପଡ଼ିଥିବା ଜଣାପଡିଛି। ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ଠାରେ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ ଯେ ଏହିପରି ଆୟତପୁର ପଞ୍ଚାୟତ ର ବ୍ରାହ୍ମଣଵାଡ ଠାରେ ନିର୍ମାଣ କରାଯାଇଥିବା ଏକ ଢଳେଇ ରାସ୍ତା ଆଠ ଦିନରେ ଫାଟି ଆଁ କରିଥିବା ନେଇ ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *