ସାଲେପୁର,୧୧/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ସାଲେପୁର ଥାନା ଅନ୍ତର୍ଗତ ଜପକୂଦ ଫାଣ୍ଡି ଅଧିନ ଜପକୂଦ ବଜାରରେ ଏକ ଜଳଖିଆ ଦୋକାନରେ ଗ୍ୟାସ ଲିକ ହୋଇ ନିଆଁ ଜଳିବାରୁ ଏଥିରେ ୬ଜଣ ପୋଡି ହୋଇ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି। ଘଟଣା ରୁ ପ୍ରକାଶ ଜପକୂଦ ଫାଣ୍ଡି ଆଗ ବଜାରରେ ଥିବା ଦୀନବନ୍ଧୁ ବେହେରାଙ୍କ ଜଳଖିଆ ଦୋକାନରେ ଥିବା ଗାସ ସିଲିଣ୍ଡର ଲିକ ହୋଇ ନିଆଁ ଲାଗି ଯାଇଥିଲା।
ସେଠାରେ ଥିବା ଦୋକାନର ମାଲିକ କଟରପା ଗ୍ରାମର ଦୀନବନ୍ଧୁ ବେହେରା,ସେହି ଗ୍ରାମର ନିରଞ୍ଜନ ଦାସ, ପ୍ରେମାନନ୍ଦ ବେହେରା, ମହନାପୁର ଗ୍ରାମର ସୁହାନା ବିବି, ହଳଧର ପୁର ଗ୍ରାମର ରେହାନା ବିବି ଏବଂ ଛୋଟ ପିଲା ଆର୍ଶୀଫ ନିଆଁର ଧାସରେ ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏବଂ ଜପକୂଦ ଫାଣ୍ଡି ଅଧିକାରୀ ଶେଷ ଦେବ ରାଜ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ଲୋକମାନଙ୍କୁ ଚକିତ୍ସା ପାଇଁ କଟକ ବଡ ମେଡ଼ିକାଲ ପଠାଇଥିବା ଜଣାପଡିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଯେତେବେଳେ ଗ୍ୟାସ ସିଲିଣ୍ଡର ନୋଜଲରୁ ଗ୍ୟାସ ଲିକ ହୋଇଥିଲା ଦୋକାନ ମାଲିକ ଉପସ୍ଥିତ ବୁଦ୍ଧି ଖଟାଇ କପଡା ପକାଇ ଲିକ କୁ ବନ୍ଦ କରିଦେଇଥିଲେ., ଯାହାକି ଏକ ବଡ଼ ଦୁର୍ଘଟଣା ଘଟିବାରୁ ରୁ ବଞ୍ଚିଯାଇଛି ।
