ନହରକଂଟା ସରସ୍ୱତୀ ଶିକ୍ଷା ମନ୍ଦିରରେ ବିଜ୍ଞାନ ମେଳା ଓ ମୀନାବଜାର ଅନୁଷ୍ଠିତ

ଭୁବନେଶ୍ୱର,୧୨/୧୧/୨୦୨୫(ଓଡ଼ିଶା ସମାଚାର)- ସ୍ଥାନୀୟ ନହରକଂଟାସ୍ଥିତ ସରସ୍ୱତୀ ଶିକ୍ଷା ମନ୍ଦିରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଜ୍ଞାନ ମେଳା ଓ ମୀନାବଜାର କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ଦୁଇଟିଯାକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭଲଭାବେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ପାଇବାକୁହେଲେ ସକାଳବେଳା ବିଜ୍ଞାନ ମେଳା ଓ ଉପରବେଳା ମୀନାବଜାର କାର୍ଯ୍ୟକ୍ରମ କରାଯିବାକୁ ସ୍କୁଲ୍ କର୍ତୃପକ୍ଷ ନିଷ୍ପତି ଗ୍ରହଣ କରିଥିଲେ । ବିଜ୍ଞାନ ମେଳାରେ ପ୍ରଥମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିବାରୁ ବିଦ୍ୟାଳୟ ପରିସରରେ ଅଭିଭାବକମାନେ ବଡ ÿଉତ୍ସାହିତ ଥିବାର ଜଣାପଡୁଥିଲା । ଅଂଶଗ୍ରହଣ କରିଥିବା ୧୦୦ ରୁ ଊଦ୍ଧ୍ୱର୍ ଛାତ୍ରଛାତୀ ମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇ ସେମାନଙ୍କର ପ୍ରୋଜକ୍ଟ ଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା ।

ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ସବ୍ ଜୁନିଅର, ୪ର୍ଥରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ଓ ସପ୍ତମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ସିନିୟର ଭାବେ ଅଲଗା ଅଲଗା କରାଯାଇ ସେମାନଙ୍କର ପ୍ରୋଜେକ୍ଟ ସହିତ ସେ ପ୍ରୋଜେକ୍ଟ ଗୁଡ଼ିକର ସମାଜରେ ଉପଯୋଗିତା ବିଷୟରେ ବୁଝାଇବା ପାଇଁ ସ୍କୁଲ୍ କର୍ତୃପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କ ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ବିଶେଷକରି ପରିବେଶସୁରକ୍ଷା ସମ୍ବନ୍ଧିତ ପ୍ରୋଜେକ୍ଟ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ରୁ ରାସ୍ତା ନିର୍ମାଣ, ସୋଲାର ଲାଇଟ୍ ଭଳି ଅନେକ ଆଧୁନିକ ପ୍ରୋଜେକ୍ଟ ଗୁଡ଼ିକ ଏହି ମେଳାରେ ପିଲାମାନେ ପ୍ରଦର୍ଶନ କରିଥିଲେ । ଏହି ବିଜ୍ଞାନ ମେଳାରେ ଭଲ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ୧୪ତାରିଖ ଶିଶୁ ଦିବସରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ଅଛି ବୋଲି ସ୍କୁଲ୍ ର ପ୍ରଧାନ ଆଚାର୍ଯ୍ୟ ଜୟଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

ପ୍ରତିବର୍ଷ ଭଳି ଏହି ବିଦ୍ୟାଳୟରେ ଶିଶୁ ଦିବସ ଦିନ ବିଭିନ୍ନ କ୍ଷେତ୍ରରେ ଯଥା- ଡିବେଟ୍ କମ୍ପିଟିସନ୍, ରଚନା କମ୍ପିଟିସନ୍, ନାଚ, ଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ସଫଳତା ଅର୍ଜନ କରିଥିବା ପିଲାମାନଙ୍କୁ ଶିଶୁ ଦିବସରେ ପୁରସ୍କୃତ କରାଯାଇଥାଏ, ଚଳିତବର୍ଷ ମଧ୍ୟ ଏହିସବୁ ଉପରୋକ୍ତ ବିଷୟରେ ପ୍ରତିଯୋଗିତା ସରିଛି ଏବଂ ଶିଶୁ ଦିବସରେ ପୁରସ୍କୃତ କରାଯିବ । ଏହି ବିଦ୍ୟାଳୟରେ ୬୦୦ ରୁ ଅଧିକ ପିଲା ପଢୁଛନ୍ତି, ୨୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ଏବଂ ସମସ୍ତ ପିଲାମାନଙ୍କୁ ବିଜ୍ଞାନ ମେଳାରେ ସହଯୋଗ ଦେବା ସହ ଏହି ୨୪ତମ ବିଜ୍ଞାନମେଳା ଦେଖି ମୁଁ ଉତ୍ସାହିତ ଓ ଆନନ୍ଦିତ ଏବଂ ଏହି ମେଳାରେ ଭଲ କରିଥିବା ପିଲାମାନେ ଆଗାମୀ ଦିନରେ ଉତ୍କଳ ଶିକ୍ଷା ବିକାଶ ପରିଷଦ ଦ୍ୱାରା ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଭାଗନେଇ ପାରିବାର ସୁଯୋଗ ମିଳିବ ବୋଲି ସୂଚନା ଦେଇଛନ୍ତି । ନହରକଂଟା ସରସ୍ୱତୀ ଶିକ୍ଷା ମନ୍ଦିରର ପ୍ରତିଷ୍ଠାତା ତଥା ସମ୍ପାଦକ ସୁରେନ୍ଦ୍ର କୁମାର ଖୁଂଟିଆ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସହଯୋଗଯୋଗାଇ ଦେଉଥିବା ଶିକ୍ଷୟିତ୍ରୀମାନେ ମମତା ସାମଲ, ପ୍ରଭାସିନୀ ମହାନ୍ତି ଓ ମଧୁସ୍ମିତା ରାୟ ।

Leave a Reply

Your email address will not be published. Required fields are marked *