ନିଶ୍ଚିନ୍ତକୋଇଲି,୨୯/୦୫/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) -କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଝାଡେଶ୍ୱରପୁର ପଂଚାୟତର ମାଙ୍ଗି ଗଡ଼ା (ମନାନ ଗଡା ) ଛକରେ ରାସ୍ତା କଡ଼ରେ ଥିବା ଏକ ଘରେ କୌଣସି କାରଣ ବସତ ବିଳମ୍ବିତ ରାତ୍ରି ରେ ପ୍ରଚଣ୍ଡ ବିସ୍ପୋରଣ ଘଟିବାରୁ , ଜଣେ ଗୁରୁତର ଆହତ ହୋଇଥିଲେ ।
ବୋମା ଭିଡୁଥିବା ବେଳେ ଅଘଟଣ ହୋଇଛି ବୋଲି ଘର ମାଲିକ ସୂଚନା ଦେଇଛନ୍ତି। ଏପଟେ ଗୁରୁତର ହୋଇଥିବା ବ୍ୟକ୍ତି ଦାଉଦ ପୁର ପଂଚାୟତ ନାହାଳ ପୁର ର ଦୁଃଖା ବୋଲି ମଧ୍ୟ ସୂଚନା ମିଳିଛି। ତେବେ ଗୁରୁତର ହୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ର ମେଡ଼ିକାଲ ରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି। ବିସ୍ପୋରଣ ଏତେ ଶକ୍ତିଶାଳି ଥିଲା ଯାହା ଫଳରେ ଛାତ ଘର ଭାଙ୍ଗି ରୁଜି ଯାଇଥିବା ବେଳେ ଆଜବେଷ୍ଟସ ଉଡି ବହୁ ଦୂରରେ ପଡିଥିବା ଦେଖିବାକୁ ମିଳିଛି। ସେଇ ଘର ଭିତରେ କେତୋଟି ଅଫୁଟାବୋମା ପଡିଥିବା ମଧ୍ୟ ଦେଖିବାକୁ ମିଳିଛି। ଘର ମାଲିକ ମିରଜା ହସମଦ ବେଗ୍ କହିଛନ୍ତି କି ତାଙ୍କ ଭିଣୋଇ କୁଜଙ୍ଗ ଅଂଚଳର ମିଆଜ ଖାନ୍ ରହିବାକୁ ସେ ଘର ମୁଁ ତାଙ୍କୁ ଦେଇଛି ।
ସେ କପଡ଼ା ଦୋକାନ କରନ୍ତି ଓ ତାଙ୍କର ଘର ସେହି ନିକଟରେ ନିର୍ମାଣ କାର୍ଯ୍ୟ ଚାଲିଛି । ବର୍ଷା ଯୋଗୁ ଘର କାମ ବନ୍ଦ ଥିବାରୁ ସେ ଦୁଇ ଦିନ ହେଲା ତାଙ୍କ ଘରକୁ କୁଜଙ୍ଗ ଯାଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ଦୁଇ ଜଣଙ୍କୁ ପୋଲିସ୍ ଥାନାକୁ ନେଇ ଘଟଣା ସମ୍ପର୍କରେ ପଚରା ଉଚୁରା କରୁଛି । ଘଟଣା ଟି ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।