ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ସ୍ମୃତିଚାରଣ ସଭା

ଭୁବନେଶ୍ୱର,୨୫/୧୧/୨୦୨୬ (ଓଡ଼ିଶା ସମାଚାର)-ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ ଭୁବନେଶ୍ୱର ତରଫରୁ ବୁଧବାର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପଦ୍ମଶ୍ରୀ ଡଃ ଅଶୋକ ମହାପାତ୍ରଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାଣ ସଭାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ଅଶୋକ ମହାପାତ୍ରଙ୍କ ନାମରେ ନାମିତ କରିବା ଏବଂ ହସ୍ପିଟାଲ ପରିସରରେ ଅଶୋକ ମହାପାତ୍ରଙ୍କ ଏକ ପ୍ରତିମୂର୍ତି ନିର୍ମାଣ କରିବା ସହିତ ବୀରଗୋବିନ୍ଦପୁର ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ଦାବି କରାଯାଇଥିଲା । ଏହି ସ୍ମୃତିଚାରଣ ସଭାରେ ଟ୍ରଷ୍ଟର ସଭାପତି ଡ଼ଃ କୁମରବର ଦାସ ସଭାପତିତ୍ୱ କରିଥିଲେ । ସଂଗଠନର ସମ୍ପାଦକ ପ୍ରମୋଦ କୁମାର ଦେବ ଅଶୋକ ମହାପାତ୍ରଙ୍କ ସହିତ ତାଙ୍କର ସମାଜସେବା କ୍ଷେତ୍ରରେ ସାଥି ହୋଇ କରିଥିବା କାର୍ଯ୍ୟର ବିବରଣୀ ପ୍ରଦାନ କରିଥିଲେ ।

ସଂଗଠନର ପ୍ରତିଷ୍ଠାତା ସଭାପତି ଡ଼ଃ ଅଶୋକ ମହାପାତ୍ରଙ୍କ ହାତଗଢା ସଂଗଠନ ହେଉଛି ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ । ତାଙ୍କ ଅଧୁରା କାର୍ଯ୍ୟକୁ ଆଗକୁ ନେବା ପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି । କାର୍ଯକ୍ରମରେ ଡଃ ମହାପାତ୍ରଙ୍କ ସାନଭାଇ ଶ୍ରୀକାନ୍ତ ମହାପାତ୍ର ପିଲାଦିନରୁ ଶେଷ ସମୟ ପର୍ଯ୍ୟନ୍ତ ସେବା ଓ ପରିବାର ଓ ଗାଁ ପ୍ରତି ଥିବା ମୋହକୁ ଉପସ୍ଥାପନା କରିଥିଲେ । ବିଶିଷ୍ଟ ଲେଖିକା ମିନତୀବାଳା ସମାନ୍ତରାୟ ତାଙ୍କ ଲିଖିତ ପୁସ୍ତକ ଅଶୋକ ମହାପାତ୍ରଙ୍କ ଜୀବନୀକୁ ନେଇ ଉପସ୍ଥାପନା କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ତାଙ୍କର ଅନେକ ହୃଦୟ ଖୋଲା କାର୍ଯ୍ୟ ଏମ୍ସ ତିଆରି ସମୟର କଥା ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ରୁଦ୍ର ନାରାୟଣ ସାମନ୍ତରାୟ, ମମତା ମିଶ୍ର, ଅପର୍ଣ୍ଣା ନାୟକ, ଗୀତା ରଥ , ଡଃ ବୈକୁଣ୍ଠ ସେଠୀ, କବି କେଶରୀ ନବକିଶୋର ମହାରଣା, ନିରାକାର ଭାଇ, ହିମାଂଶୁ ପଣ୍ଡା, ଓ ବରିଷ୍ଠ ସାମ୍ବାଦିକ ସ୍ୱରୁପ ଦାସ ବକ୍ତବ୍ୟ ରଖିଥିଲେ । ପୁରୀ ଜିଲାର ଓଡ଼ିଆ ଶିକ୍ଷକ ସାୟନ କୁମାର ଜେନା ସ୍ମୃତିଚାରଣ ସଭା ପରିଚାଳନା କରିଥିଲେ । ସମ୍ପାଦକ ପ୍ରମୋଦ କୁମାର ଦେବ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *