ମାହାଙ୍ଗା, ୨୫/୧୧/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା)ମାହାଙ୍ଗା ଥାନା କୁଆଁପାଳସ୍ଥିତ ମା’ ତାରିଣୀ ହୋଟେଲ ଆଣ୍ଡ ଫାଷ୍ଟଫୁଡ୍ ଦୋକାନ ମଧ୍ୟରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକ ଜଣକ ହଂସଦିଆ ଗ୍ରାମର ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଦୋକାନ ଭିତରେ ବେକରେ ଗାମୁଛାବାନ୍ଧି ଝୁଲୁଥିବା ଅବସ୍ଥାରେ ତାଙ୍କୁ ଠାବ କରାଯାଇଥିଲା। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ମାହାଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ୍ୟୁର ପ୍ରକୃତ କାରଣ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବବୋଲି ଜଣାପଡିଛି ।
ମାହାଙ୍ଗାରେ ହୋଟେଲ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
