କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ଭୁବନ, ୨୫/୧୧/୨୦୨୬(ଓଡ଼ିଶା ସମାଚାର) – ଭୁବନ ବ୍ଲକ ଅନ୍ତର୍ଗତ ଧଳପଡ଼ା ମା ଚଣ୍ଡୀ ପୀଠରେ ୧୫ ତମ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମା ଚଣ୍ଡୀ ସେବା ଟ୍ରଷ୍ଟ ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମୁରୁଜ,ଚିତ୍ରାଙ୍କନ,ଭାଷଣ, ଭାଗବତ ପଠନ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶିକ୍ଷା ,ସ୍ୱାସ୍ଥ୍ୟ ,କୃଷି , ପରିବେଶ ଓ କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା ।

ମା ଚଣ୍ଡୀ ସେବା ଟ୍ରଷ୍ଟ ର ସଭାପତି ହେମନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ଜେନା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ମଠକରଗୋଲା କଲେଜ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ଦାଶ, ସମ୍ମାନିତ ଅତିଥି ଭାବେ ପଣ୍ଡିତ ପ୍ରେମାନନ୍ଦ ମିଶ୍ର,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ, ଧଳପଡ଼ା ସରପଞ୍ଚ ଶ୍ରୀନିବାସ ବେହେରା, ଦର୍ଜନୀ ଗ୍ରାମ ସଭାପତି ପରୀକ୍ଷିତ ନାୟକ,ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ ମହାନ୍ତି ଯୋଗ ଦେଇ ଆମ ଭାଷା,ଆମ ସାହିତ୍ୟ ଓ ସଂସ୍କୃତି ,ପରମ୍ପରା କୁ କିଭଳି ସାଇତି ରଖିବା ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରତାପ ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅପରାହ୍ନ ଦୁଇ ଘଟିକା ସମୟରେ ଦ୍ୱିତୀୟ ଅଧିବେଶନ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୦ ଜଣ କବି ,କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠୋତ୍ସବ କରିଥିଲେ । ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଜିଲ୍ଲା ଉପ ସଭାପତି କବି ସୁରେନ୍ଦ୍ର କୁମାର ପୃଷ୍ଟି ,କବୟିତ୍ରୀ ଗାୟତ୍ରୀ ଆଚାର୍ଯ୍ୟ ଓ ଅଧ୍ୟାପକ ପ୍ରବୀର କୁମାର ବିଶ୍ୱାଳ କବିତା ପାଠୋତ୍ସବ କୁ ସଂଯୋଜନା କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କ ସମେତ କବି, କବୟିତ୍ରୀ ମାନଙ୍କୁ ମାନପତ୍ର,ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରାଯାଇଥିଲା।ଶେଷରେ ରଞ୍ଜନ କୁମାର ଭୂୟାଁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *