କେନ୍ଦ୍ରାପଡ଼ା,୧୧/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ବିଦ୍ୟାଳୟ କ୍ରୀଡା ସଂଗଠନ ଆନୁକୁଲ୍ୟରେ ଜିଲା ସ୍ତରୀୟ ବିଦ୍ୟାଳୟ ସମୁହ ୩୪ତମ ସତରଞ୍ଜ, ବ୍ୟାଡମିଂଟନ ଓ ଭାରଉତୋଳନ ପ୍ରତିଯୋଗିତା ଇଛାପୁରସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଉଦ୍ୟାପିତ ହୋଇଯାଇଛି । ପ୍ରତିଯୋଗିତାକୁ କେନ୍ଦ୍ରାପଡା ଭାରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ରଞ୍ଜନ କୁମାର ରାଉତରାୟ କ୍ରୀଡା ପତାକା ଉତୋଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ମଣ୍ଡଳ ନୋଡାଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ତରାଇ, ପିଏମଶ୍ରୀ ଇଛାପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣୀ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ଏହି ପ୍ରତିଯୋଗିତାରେ ଜିଲାର ୯ଟି ବ୍ଲକରୁ ୨୩୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ କୃତିପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କୃତି ପ୍ରତିଯୋଗୀମାନେ
ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଜିଲା ବିଦ୍ୟାଳୟ କ୍ରୀଡା ସଂଗଠନର ସମ୍ପାଦକ ମଧୁସୁଦନ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବ୍ୟାସଦେବ ବେବର୍ତା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉମାକାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ପ୍ରତିଯୋଗିତାକୁ ଚିତରଞ୍ଜନ ମିଶ୍ର, ଉମାକାନ୍ତ ପଣ୍ଡା, ଉତମ କୁମାର ସ୍ୱାଇଁ, ଅର୍ପିତା ବେହେରା, ତାପସ ମହାନ୍ତି, ଅନ୍ନପୂର୍ଣ୍ଣା ବେହେରା, ପ୍ରକାଶ କୁମାର ଦାସ, ପ୍ରଫୁଲ୍ଲ କୁମାର ସାହୁ,ସୂର୍ଯ୍ୟପ୍ରଭା ମହାନ୍ତି, ଶଶାଙ୍କଶେଖର ସାହୁ, ଗଜେନ୍ଦ୍ର କୁମାର ସ୍ୱାଇଁ, ଦ୍ୱାରିକାନାଥ ମୁଦୁଲି, ପ୍ରଫୁଲ୍ଲ ପ୍ରଧାନ, ସୁରେଶ ସ୍ୱାଇଁ, ପ୍ରିୟରଞ୍ଜନ ବିଶ୍ୱାଳ, ପ୍ରତାପ ହରିଚନ୍ଦନ, ସଶ୍ମିତା ପଣ୍ଡା, ଗାଲାକ୍ସି ପ୍ରଧାନ, ଶୁଭଦୀପ୍ତ ପାତ୍ର, ଜୟନ୍ତ କୁମାର ମଲ୍ଲିକ, ବିଶ୍ୱରଞ୍ଜନ ଦାନ, ଅରୁଣ କୁମାର ବିଶ୍ୱାଳ ପ୍ରମୁଖ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଶାରିରୀକ ଶିକ୍ଷକ ବାନାମ୍ବର ଜେନା ଉପସ୍ଥିତ ରହି ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ ।
