କଟକ ସଦର,୦୬/୦୨/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ଗତ ଜାନୁଆରୀ ୮ ତାରିଖରେ କଟକ ଜିଲ୍ଲା କୋର୍ଟ ସହ ସମ୍ବଲପୁର ଓ ଦେବଗଡ କୋର୍ଟ କୁ ମେଲ ରେ ବୋମା ଧମକ ଦିଆ ଯିବାର କିଛି ଦିନ ପରେ ସେହି ସମାନ ଢଙ୍ଗରେ ଆଜି ମଧ୍ୟ କଟକ ଜିଲ୍ଲା ଦୈ।ରା ଜଜ୍ କୋର୍ଟ ସମେତ ପୁରୀ ଓ ଫୁଲବାଣୀ କୋର୍ଟକୁ ଧମକ ମିଳିଛି। ଏହା ଜଣାପଡିବା ପରେ କଟକ କୋର୍ଟ ପରିସର ରେ ଥିବା ଓକିଲ ମହକିଲ ଓ ସାଧାରଣ ଲୋକେ ଆତଙ୍କିତ ହୋଇ ବାହାରକୁ ପଳାଇ ଯାଇଥିଲେ। ଖଵର ପାଇ କମିଶନରେଟ ପୋଲିସ ର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଵମ୍ ନିଷ୍କ୍ରିୟକାରୀ ଟିମ୍,ଡଗ୍ ସ୍କ୍ୱାର୍ଡ କୋର୍ଟ ପରିସର ରେ ପହଞ୍ଚି ତନତନ କରି ତଲାସୀ ଚଳାଇଛନ୍ତି। ହେଲେ ଗତଥର ପରି ସେମିତି କିଛି ସନ୍ଧାନ ମିଳିନଥିବା ଜଣାପଡିଛି। ହେଲେ ବାରମ୍ବାର ଏଭଳି ପରିସ୍ଥିତି ଉପୁଜୁଥିବା ରୁ ଜନସାଧାରଣ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

