କଟକ ସଦର, ୧୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ସଦର ଅନ୍ତର୍ଗତ ଵୋଦର ଗ୍ରାମର ତଥା କଟକ ସଦର ବ୍ଲକ କୃଷି ବିଭାଗରେ କାର୍ଯ୍ୟରତ ଥିବା ଭିଏଡଵ୍ଲ୍ୟୁ ପ୍ରିୟରଞ୍ଜନ ନାୟକ(୪୨)ଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ଘଟିଛି।
ସ୍ୱର୍ଗତ ନାୟକ କିଶନନଗର,ଵୋଧପୁର ଓ ପ୍ରହରାଜପୁର ପଞ୍ଚାୟତର କୃଷି ଦାୟିତ୍ଵରେ ଥିଲେ।ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,କୃଷି ଅଧିକାରିଣୀ ଜାଫନା ରାୟ, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ସମାଜସେବୀ ପ୍ରଭାସ ଚନ୍ଦ୍ର ସେଠୀ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି।
