ଘଟଗାଁ, ୦୮/୧୦/୨୦୨୬(ଓଡ଼ିଶା ସମାଚାର)-ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଡାକରାରେ ଓଡ଼ିଶାର ଅଧିକାର , ଓଡ଼ିଶାର ସମ୍ପଦ ଏବଂ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଏମ ଏମ ଡ଼ି ଆର ଆଇନ ପ୍ରତ୍ୟାହାର ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ସି ଇ ସି ଜ୍ଞାନେଶ କୁମାରଙ୍କ ଇସ୍ତଫା, ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଓଡିଶା ବନ୍ଦ ଡାକରାରେ ଘଟଗାଁ ବନ୍ଦ ସଫଳ ହୋଇଛି।
ଏଠାକାର ସମସ୍ତ ସରକାରୀ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ, ଓ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିଲା । ଗାଡି ଚଳା ଚଳ ସମ୍ପୂର୍ଣ ବନ୍ଦ ରହିଥିଲା। ଘଟଗାଁ ବ୍ଲକ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ପ୍ରାୟ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ଡାକ ବଙ୍ଗଳା ଛକରେ ରାସ୍ତା ଅବରୋଧ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱନାଥ ବେଜ,
ଭଂଜକିଶୋର ମିଶ୍ର , ହୃଦୟ ରଞ୍ଜନ ସିଂ, ସେକ ମକସୁଦ,ଘନଶ୍ୟାମ ବେହେରା, ସୁରେନ୍ଦ୍ର ପଟ୍ଟନାୟକ, ସେକ ଲୋକମାନ ପ୍ରମୁଖ ସାମିଲ ହୋଇଥିଲେ।,
