ଭୁବନ, ୧୭/୦୪/୨୦୨୪ (ଓଡ଼ିଶା ସମାଚାର)-ଭୁବନ ବିଜେଡି ତରଫରୁ ସ୍ଥାନୀୟ ବାଟ ତାରିଣୀ ମନ୍ଦିର ନିକଟସ୍ଥ ଦଳୀୟ କାର୍ଯ୍ୟାଳୟ ଠାରେ ମହାନ୍ ଜନନାୟକ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବ୍ଲକ ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ସାହୁ ଏବଂ ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁ ବାବୁ ଙ୍କ କର୍ମମୟ ଜୀବନ ଏବଂ ଓଡ଼ିଶା ପାଇଁ ତାଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ଓଡ଼ିଶା ର ବରପୁତ୍ର ତଥା ଇଣ୍ଡୋନେସିଆ ର ଭୂମି ପୁତ୍ର ଙ୍କୁ ଭାରତ ରତ୍ନ ନ ମିଳିବା ଦୁଃଖ ଦାୟକ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ଏନ୍ ଏ ସି ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ବକ୍ତବ୍ୟ ରଖି ବିଜୁ ବାବୁ ଙ୍କୁ ମରଣତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିଥିଲେ। ପରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ମୋଟର ସାଇକେଲରେ ଏକ ବିଶାଳ ରାଲି ସହର ପରିକ୍ରମା କରି ବୁଦ୍ଧେଶ୍ୱର ମନ୍ଦିର ରେ ପହଞ୍ଚି ୧୦୮ ଦୀପ ଜାଳିଥିଲେ । ଏହି ଅବସରରେ ବିଭିନ୍ନ ଦଳରୁ ୫ ଜଣ ବିଶିଷ୍ଟ ବ୍ୟକ୍ତି ବିଜେଡି ରେ ସାମିଲ ହୋଇଥିଲେ। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ୧ ହଜାର ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ଭୁବନ ବିଜେଡି ତରଫରୁ ବିଜୁ ବାବୁ ଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ , ଭାରତ ରତ୍ନ ପାଇଁ ଦାବି
