ପାଟକୁରା ବିଜେଡ଼ିର ସାଂଗଠନିକ ବୈଠକ

ଗରଦପୁର, ୧୨/୦୪/୨୦୨୪ (ଓଡ଼ିଶା ସମାଚାର)-ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ୍ ବିଜୁ ଜନତା ଦଳର ଏକ ସାଙ୍ଗଠନିକ ବୈଠକ ତଳକୁସୁମାସ୍ଥିତ ତେନ୍ତୋଳ ରେଣୁକା ମଣ୍ଡପ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସାଙ୍ଗଠନିକ ବୈଠକରେ ଜିଲା ଯୁବ ବିଜୁ ଜନତା ଦଳର ସଭାପତି ରାଜେଶ ଦାସ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥି ଅରବିନ୍ଦ ମହାପାତ୍ର ଯୋଗଦେଇ ସମସ୍ତଙ୍କ ସହଯୋଗ ଓ ଆଶିର୍ବାଦ କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପାଟକୁରା ର ବିକାଶ କୁ ଶିଖର ରେ ପହଂଚାଇବା ପାଇଁ ପ୍ରତିଶୃତି ରଖିଥିଲେ । ଏହି ବୈଠକରେ ବ୍ଲକ୍ ଅଧ୍ୟକ୍ଷ ଅଭୟ କୁମାର ମହାରାଜ,ଜିଲା ପରିଷଦ ସଭ୍ୟ ସତ୍ୟାନନ୍ଦ ରାଉତ, ଜିଲା ପରିଷଦ ସଭ୍ୟା ଏଲିଜା ସ୍ୱାଇଁ, ଉପାଧ୍ୟକ୍ଷ ଙ୍କ ପ୍ରତିନିଧି ରାଜା ଆଚାର୍ଯ୍ୟ, ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା, ଜିଲା କଳାକର ସାମୁଖ୍ୟ ସଂଯୋଜକ ନବଘନ ନାୟକ, ଯୁବ ନେତା କ୍ଷିତିଶ ଚନ୍ଦ୍ର ଦାସ, ବିପିନ ବିହାରୀ ସାମଲ, କବି ବିଜନ ରାୟ, ସରପଂଚ ପ୍ରଭାତ ନଳିନୀ ଜେନା, ଶୈଳେନ୍ଦ୍ର ମହାନ୍ତି ,ଅନୁଜ ମହାନ୍ତି ,ସରପଂଚ ସନ୍ତୋଷ କୁମାର ମାହାଳି, ପ୍ରକାଶ ଚନ୍ଦ୍ର ସାହୁ, ହେମନ୍ତ ସେଠୀ, ଭଜହରି ସେନାପତି, ଏସକେ ମେହେରବାନ, ଅମୂଲ୍ୟ ସିଂ, ବିଶ୍ୱରଂଜନ ସ୍ୱାଇଁ, ସରୋଜ କର, ରଂଜିତ କୁମାର ପଣ୍ଡା, ଦୁଖିଶ୍ୟମ ସେନାପତି, ଦିଲିପ ସେଠୀ, ପ୍ରହଲାଦ ସାହୁ, ଗୌରାଙ୍ଗ ପରିଡ଼ା, ମହେନ୍ଦ୍ର ରାଉତ, ନରୋତମ ପରିଡ଼ା, ସଂଯୁକ୍ତା ମହାପାତ୍ର, ଅହଲ୍ୟା ଲେଙ୍କା, ଲକ୍ଷ୍ମୀ ଦାସ, ଅରୂଣ ନାୟକ, ପ୍ରଦୀପ୍ତ ନାୟକ, ଅଜୟ ଦାସ, ଗଙ୍ଗାଧର ମିଶ୍ର, ବ୍ରଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ଆଗାମି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । ଏଥିରେ ବିଜୁ ଜନତା ଦଳର ଶତାଧିକ ଆଗ ଧାଡ଼ିର କର୍ମୀ ଓ ନେତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *