ବରୀ, ୦୮/୧୦/୨୦୨୬(ଓଡ଼ିଶା ସମାଚାର)-ବରୀ ବ୍ଲକ ଅନ୍ତର୍ଗତଃ ଅରଙ୍ଗାବାଦ ପଞ୍ଚାୟତସ୍ଥ କଣ୍ଠପୋଇ ଗ୍ରାମର ଜୈନିକା ଧର୍ମଶୀଳ ଶତାୟୁ ମହିଳାଙ୍କ ପରଲୋକ ରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଘେରି ଯାଇଛି । ପ୍ରତ୍ୟକ୍ଷ ଖବରରୁ ଜଣା ଯାଏ ଯେ କଣ୍ଠପୋଇ ଗ୍ରାମର ୧୦୩ ବର୍ଷର ଧାର୍ମିକ ମହିଳା √ ମୋତି ଦେବୀ ନିଜ ବାସ ଭବନ ଠାରୁ ଶହ ଶହ କିଲୋମିଟର ଦୂରରେ ଥିବା ସମ୍ବଲପୁର ର ବ୍ରଜରାଜନଗର ରେ ଥିବା ତାଙ୍କ ବଡ଼ପୁଅ ଙ୍କ ବାସ ଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ୧୦୩ ବର୍ଷରେ ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ୪୫ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେଠାରୁ ତାଙ୍କ ବଡ଼ପୁଅ ରବୀନ୍ଦ୍ର କୁମାର ମହାନ୍ତି, ତାଙ୍କ ସ୍ତ୍ରୀ ଓ ସାନପୁଅ କୁଞ୍ଜ ବିହାରୀ ମହାନ୍ତି ନିଜସ୍ୱ ଗାଡ଼ିରେ ସପରିବାର ସହିତ ମା’ଙ୍କ ପାର୍ଥିବ ଶରୀର ନେଇ ରାତି ଦୁଇଟାରେ ନିଜ ଗ୍ରାମ କଣ୍ଠପୋଇ ଗ୍ରାମରେ ପହଞ୍ଚିଥିଲେ ।
ଶବ ଗ୍ରାମରେ ପହଂଚିବା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ମୋତି ଦେବୀଙ୍କ ପ୍ରାର୍ଥିବ ଶରୀରରେ ଚିତାଗ୍ନି ଦିଆ ଯାଇଥିଲା । ସାନ ପୁଅ କୁଞ୍ଜବିହାରି ମୂଖାଗ୍ନି ଦେଇଥିଲେ । ଗ୍ରାମର ପରିବାର ଲୋକ ତଥା ଗ୍ରାମବାସୀଙ୍କ ମଧ୍ୟରୁ ଚନ୍ଦ୍ରମଣି ମହାନ୍ତି, ଗୌରାଙ୍ଗ ଦାସ, ନାରାୟଣ ଓଝା, ମାଳତୀ, ସଂଯତ ମହାନ୍ତି, ନିର୍ମଳ ମହାନ୍ତି, କ୍ଷୀରୋଦ ମହାନ୍ତି, ଜବାହରଲାଲ ମହାନ୍ତି, ଝରଣା, ରଶ୍ମି , ସାବିତ୍ରୀ, ସୁଶାନ୍ତ, ମନୋଜ, ରାହାସ, ଦୀପକ,ଭିକି,ସତ୍ୟ ରଞ୍ଜନ, ସାବ୍ୟସାଚି, ସମରଜିତ, ରମେଶ ଦାସ, ରୋହନ ନାୟକ , ଉତ୍ତମ ନାୟକ ଙ୍କ ସହ ଅନ୍ୟମାନେ ଦାହ ସଂସ୍କାର ବେଳେ ଉପସ୍ଥିତ ଥିଲେ ।
