କିଶନନଗର ତହସିଲ ସମ୍ମୁଖରେ ଏସ୍ ୟୁ ସି ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଗଣ ବିକ୍ଷୋଭ

କଟକ ସଦର, ୧୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜନଜୀବନର ଜ୍ୱଳନ୍ତ ସମସ୍ୟା ସମାଧାନ ଦାବି ନେଇ ସାରା ରାଜ୍ୟରେ ଦାବି ସପ୍ତାହ ପାଳନ ର ଅନ୍ତିମ ଦିବସ ରେ ଆଜି ସୋମବାର ପୂର୍ବାହ୍ନରେ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) କିଶନନଗର ଆଞ୍ଚଳିକ ଶାଖା ପକ୍ଷରୁ ସଂପାଦକ, ଶ୍ରମିକ ନେତା ରାଜକିଶୋର ମଲ୍ଲିକ ଙ୍କ ନେତୃତ୍ଵରେ ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ମୈ।ଳିକ ଦାବି ମଧ୍ୟରେ ଭୁମିହୀନଙ୍କୁ ଜମି ପଟ୍ଟା ଓ ସରକାରୀ ପକ୍କା ଘର,ଘର ତିଆରି ପାଇଁ ମାଗଣା ବାଲି, କୃଷିଜାତ ଦ୍ରବ୍ୟ ଉପରେ ଏମ୍ ଏସ୍ ପି କୁ ଆଇନ୍ ସମ୍ମତ କରିବା, ମହାନଦୀ ପଠା ସହିତ ଶଗଡ଼ି ଜଙ୍ଗଲ ରୁ ବଣୁଆ ଗାଈ, ବାରହା ହଟାଇବା ଏବଂ ଷଣ୍ଢ ଓ ମାଙ୍କଡ ଙ୍କ ଦାଉରୁ ଫସଲ ରକ୍ଷା କରିବା,ଫନି ବାତ୍ୟା କ୍ଷତିଗ୍ରସ୍ତ ତାଲିକାଭୁକ୍ତ ଚାଷୀ ଙ୍କୁ କ୍ଷତିପୂରଣ ଦେବା, କିଶନନଗର ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମାନ୍ୟତା ପ୍ରଦାନ,ଜଵ୍ କାର୍ଡଧାରୀ ଙ୍କୁ ବର୍ଷ ସାରା କାମ ଯୋଗାଇ ଦେବା, ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା ସହିତ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଣ,ଅଣସଂଗଠିତ ନିର୍ମାଣ ଶ୍ରମିକଙ୍କ ନ୍ୟାଯ୍ୟ ଦାବି ପୂରଣ କରିବା, ସମବାୟ ସମିତି ଵ୍ୟଵ୍ୟସ୍ଥା କୁ ଜଗତସିଂହପୁର ଜିଲ୍ଲାରୁ କଟକ ଜିଲ୍ଲାକୁ ଆଣିବା ପ୍ରଭୃତି ରହିଥିବା ବେଳେ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କୁ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ଙ୍କ ଉପସ୍ଥିତି ରେ ୧୫ ଦଫା ଦାବି ପତ୍ର ଦିଆଯାଇଥିଲା।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧଦେବ ଭୋଇ,ଶରତ ଚନ୍ଦ୍ର ବେହେରା, ପରମାନନ୍ଦ ସେଠୀ, ସନ୍ତୋଷ କୁମାର ଭୋଇ, ଭାଗିରଥୀ ଭୋଇ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *