କେନ୍ଦ୍ରାପଡ଼ା ଜିଲାର ତିନୋଟି ବ୍ଲକରେ ନୂଆ ବିଡ଼ିଓ ନିଯୁକ୍ତ

ମହାକାଳପଡ଼ା ବ୍ଲକର ନୂତନ ବିଡ଼ିଓ ଭାବେ ମନୋଜ କୁମାର ନାୟକଙ୍କୁ ନିଯୁକ୍ତି
କେନ୍ଦ୍ରାପଡ଼ା, ୦୮/୧୦/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ମାର୍ଶାଘାଇ ଓ ରାଜନଗର ବ୍ଲକରେ ନୂତନ ବିଡ଼ିଓଙ୍କୁ ନିଯୁକ୍ତି କରାଯାଇଛି । କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ନୂତନ ବିଡ଼ିଓ ଭାବେ ମନୋଜ କୁମାର ନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ନାୟକ ପୂର୍ବରୁ ରଣପୁର ବ୍ଲକର ବିଡିଓ ଥିଲେ । ମାର୍ଶାଘାଇ ବ୍ଲକ୍ର ନୂତନ ବିଡ଼ିଓ ଭାବେ ଲାବଣ୍ୟେନ୍ଦୁ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ମହାନ୍ତି ଗଣିଆ ବ୍ଲକର ବିଡିଓ ଥିଲେ । ସେହିପରି ରାଜନଗର ବ୍ଲକ୍ର ନୂତନ ବିଡ଼ିଓ ଭାବେ ପ୍ରମୋଦ କୁମାର ବେହେରାଙ୍କୁ ନିଯୁକ୍ତ କରାଯାଇଛି । ଶ୍ରୀ ବେହେରା ମାଥିଲି ବ୍ଲକର ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ । ଏହି ୩ଟି ବ୍ଲକରେ ଦୀର୍ଘ ଦିନ ଧରି ସ୍ଥାୟୀ ବିଡ଼ିଓ ନଥିବାରୁ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିଲା ।

Leave a Reply

Your email address will not be published. Required fields are marked *