ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦର ଦ୍ବିତୀୟ ବାର୍ଷିକ ଉତ୍ସବ।

ଜୁନାଗଡ, ୨୨/୧୧/୨୦୨୬(ଓଡ଼ିଶା ସମାଚାର)–ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦର ଦ୍ବିତୀୟ  ବାର୍ଷିକ ଉତ୍ସବ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଜୁନାଗଡ ପରିସରରେ ଅଜୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ ଯୁବପ୍ରତାପ ପଣ୍ଡାଙ୍କ ଦ୍ବାରା ପରିଚାଳିତ ଏହି ସାରସ୍ବତ ଉତ୍ସବରେ ମୁଖ୍ୟ ଅତିଥି ପରମେଶ୍ବର ମୁଣ୍ଡ, ଅଧ୍ୟକ୍ଷ-ଜୟପ୍ରକାଶ  ସାନ୍ଧ୍ୟ ମହାବିଦ୍ୟାଳୟ, ଭବାନୀପିଟଣା; ମୁଖ୍ୟବକ୍ତା ଡ. ଉମେଶ ଚନ୍ଦ୍ର ଶତପଥୀ, ସମ୍ମାନିତ ଅତିଥି ଭାବେ ଅଶୋକ ପଟ୍ଟନା଼ୟକ, କଳ୍ପନା ରଥ, ସମୀର ମହାପାତ୍ର, ବିଶ୍ବନାଥ କର ମଞ୍ଚ ମଣ୍ଡନ କରିଥିଲେ। ଯୁବ କବି ପ୍ରେମଲାଲ ବାଗ ଅତିଥି ପରିଚୟ ପ୍ରଦାନ ଓ ରୀନାରାଣୀ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲା ବେଳେ ଶିଶୁ କଳାକାର କୁମୁଦିନୀ ଘୀ ଓ ସାଥୀମାନେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ।ସମ୍ପାଦିକା ପଲ୍ଲବୀ ଦାସ ସମ୍ପାଦକୀୟ ବିବରଣୀ ପାଠ ପରେ ନବଘନ ସାହୁଙ୍କ ଦ୍ବିତୀୟ କବିତା ସଙ୍କଳନ ” ତରାକାଠି” ଓ ନଳିନୀପ୍ରଭା ଦାସଙ୍କ ପ୍ରଥମ କବିତା ସଂକଳନ ” ଭକ୍ତି ଶତକ”ର ପାଠକାର୍ପଣ ହୋଇଥିଲା। ଅତିଥିଗଣ ପୁସ୍ତକଦ୍ବୟର ମାର୍ମିକ ସମୀକ୍ଷା କରିବା  ସହ ସାହିତ୍ୟର ଜୟଯାତ୍ରା ଉପରେ ବକ୍ତବ୍ୟ ପ୍ରଦାନକରି ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥଲେ ନବଘନ ସାହୁ।

ସୀମାଞ୍ଚଳରେ ନାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ଅଧିଵେଶନରେ ମୁଖ୍ୟବକ୍ତା ହେମନ୍ତ ସାହୁ, ସମ୍ପାଦକ- ଯୁଗଯାତ୍ରୀ ସାହିତ୍ୟ ସଂସଦ, ମ. ରାମପୁର; ମୁଖ୍ୟ ଅତିଥି ବିଦେଶୀ ନିୟକ,ସମ୍ମାନୀତ ଭାବେ ସୁଧୀର ମେହେର, ସ୍ବର୍ଣ୍ଣ ଦାଶ ମଞ୍ଚାସୀନ ଥିଲେ।  ବ୍ରଜକିଶୋର ମିଶ୍ର ମଞ୍ଚ ପରିଚାଳାନା କରିଥିଲା ବେଳେ ଅର୍ଜୁନ ଗୋପାଳ, ଭାଗିରଥୀ ସାଗର, ଯୁଧିଷ୍ଠିର ମୁଦୁଲି, ଅର୍ଜୁନ ବାଗଙ୍କ ସଂଯୋଜନାରେ ସତୁରୀରୁ ଅଧିକ କବି ସ୍ବରଚିତ କବିତା ପାଠ କରିଥିଲେ। ଆରମ୍ଭରେ ନିରଞ୍ଜନ ସାହାଣୀ ଅତିଥି ପରିଚୟ ପ୍ରଦାନ ଓ ଶେଷରେ  ଚନ୍ଦ୍ର ଶେଖର ସିଂହ    ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *