ସତ୍ୟନଗର ଲେଡିଜ ଫୋରମ୍ ଆନୁକୁଲ୍ୟରେ ଦ୍ୱାଦଶ ଆନ୍ତ ସ୍କୁଲ ପ୍ରତିଯୋଗିତା – ୨୦୨୬ ଅନୁଷ୍ଠିତ

ଭୁବନେଶ୍ୱର,୨୨/୧୧/୨୦୨୬(ଓଡ଼ିଶା ସମାଚାର)- ସତ୍ୟନଗର ଲେଡିଜ ଫୋରମ୍ ଆନୁକୁଲ୍ୟରେ ସମ୍ପାଦିକା ଅନୁରାଧା ଦାଶଙ୍କ ନେତୃତ୍ୱ ରେ ଦ୍ୱାଦଶ ଆନ୍ତ ସ୍କୁଲ ପ୍ରତିଯୋଗିତା – ୨୦୨୬ ରୋଟାରୀ କ୍ଲବ ୟୁନିଟ୍ – ୯ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ର ଶିଶୁ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନୁନ୍ୟ ୩୬୪ ଜଣ ଛାତ୍ରଛାତ୍ରୀଙ୍କ  ଫ୍ୟାନ୍ସି ଡ୍ରେସ, ଚିତ୍ରାଙ୍କନ, ଓଡିଶୀ ନୃତ୍ୟ, ମଡ଼ର୍ଣ୍ଣ ଡ୍ୟାନ୍ସ ଏବଂ ରାଇମ୍ସ ପ୍ରତିଯୋଗିତା ରେ ଭାଗ ନେଇଥିଲେ । ଉକ୍ତ କାର୍ଯକ୍ରମ କୁ ଶ୍ରୀ ଜଗନ୍ନାଥ ପ୍ରଧାନ, ରୁଦ୍ର ସାମନ୍ତରାୟ (ଭାରତୀୟ ଜନତା ପାର୍ଟି ), ଫୋରମ୍ ର ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ଓ ରୋଟାରୀୟାନ ମନୋଜ ତ୍ରିପାଠୀ ଙ୍କ କରକମଳରେ ଶୁଭ ଉଦଘାଟନ କରାଯାଇଥିଲା ।

ଫୋରମ୍ ର ସମସ୍ତ ସଦସ୍ୟ,ସଦସ୍ୟା ଏହି କାର୍ଯକ୍ରମ ରେ ଉପସ୍ଥିତ ଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ତା ୦୬  ଡିସେମ୍ବର ୨୦୨୬ ରିଖ ରେ ଜୟଦେବ ଭଵନ ଠାରେ ଅଭିରୁଚି ଶିଶୁ ପ୍ରତିଭା ସମ୍ମାନ ବିଶିଷ୍ଟ ଅତିଥି ମାନଙ୍କ ଦ୍ଵାରା  ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *