ଭୁବନରେ କଂଗ୍ରେସ ର ବନ୍ଦ ପାଳନ

ଭୁବନ ୦୮/୧୦/୨୦୨୬(ଓଡ଼ିଶା ସମାଚାର )- ଚାରି ଦଫା ଦାବିରେ କଂଗ୍ରେସ ଦଳ ତରଫରୁ ଡାକରା ଦିଆଯାଇଥିବା “ଓଡ଼ିଶା ବନ୍ଦ” ଭୁବନ ରେ ସଫଳ ହୋଇଛି । ଭୁବନ ଟାଉନ୍ କଂଗ୍ରେସ ସଭାପତି ମନୋଜ କୁମାର ସାହୁ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇ ବନ୍ଦ ପାଳନ କରିଥିଲେ । ଭୁବନରେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା ବେଳେ ସ୍କୁଲ କଲେଜ ଖୋଲା ଥିଲା ।

କଂଗ୍ରେସ କର୍ମୀ ମାନେ ପିକେଟିଙ୍ଗ କରି ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ କୁ ବନ୍ଦ କରି ଦେଇଥିଲେ। ଏହି ବନ୍ଦ ପାଳନରେ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ବନ୍ଦିତା ଭବାନୀ ମହାପାତ୍ର ଙ୍କ ସମେତ ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ ବିପ୍ରବର ସାହୁ,ଶୁକଦେବ ରାଉତ ଯୋଗଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବନ୍ଦ ପାଳନରେ ଦୀପକ ସାହୁ, ବିନୋଦ ମହାରଣା,ଶ୍ୱେତକେତୁ ମିଶ୍ର,ବଳରାମ ପୃଷ୍ଟି,ଭାଗବତ ନାୟକ,ହରିହର ସାହୁ , ଧର୍ମାନନ୍ଦ ପୃଷ୍ଟି ,ରାଜକିଶୋର ପୋଥାଳ, ପଞ୍ଚାନନ ରାଉତ,ବ୍ଲକ୍ ସଭାପତି ବ୍ରହ୍ମାନନ୍ଦ କଅଁର,ଭୋଳାନାଥ ବାରିକ, ସଞ୍ଜୀବ କୁମାର ସାହୁ,ଈଶ୍ୱର ନାୟକ,ତ୍ରିଲୋଚନ ସାହୁ, ଜନସନ୍ ବର୍ଦ୍ଧନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ସକାଶେ ଭୁବନ ଥାନା ଆରକ୍ଷୀ ବାହିନୀ ସମ୍ପୂର୍ଣ ସଜାଗ ରହିଥିଲେ ।

Leave a Reply

Your email address will not be published. Required fields are marked *