ସିର୍ଲୋ ଠାରେ ବାଲିଆ-ଚତରା ରାସ୍ତାର ଶିଳାନ୍ୟାସ

କଟକ ସଦର, ୦୮/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ସିର୍ଲୋ ଵରହମପୁର ଠାରେ ଆଜି ଗୁରୁବାର ଦିନ ୩ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନବୀକରଣ ହେବାକୁ ଥିବା ରାସ୍ତାର ଶିଳାନ୍ୟାସ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସୁଦାମଵତୀ ବିଜେପି ମଣ୍ଡଳ ସଭାପତି ପଣ୍ଡିତ ରଘୁନାଥ

ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବିଧାୟକ ଶ୍ରୀ ସେଠୀଙ୍କ ସମେତ କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, କିଶନନଗର ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, କ୍ଷିତିନ୍ଦ୍ର ମିତ୍ର, ପ୍ରଭାରୀ ରଞ୍ଜନ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ୧୯୩ ଜଣଙ୍କ ଆପତ୍ତି ଅଭିଯୋଗ ଦରଖାସ୍ତ ବିଧାୟକଙ୍କୁ ଦିଆଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଦୀପକ ମହାନ୍ତି, ବିଦ୍ୟାଧର ବେହେରା,ମଳୟ ସାହୁ, ସଂଜୟ ସାହୁ,ମାନସ ରାଉତ,ଶରତ ସେଠୀ, ରଞ୍ଜନ ସେଠୀ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *