ସାଲେପୁର ରେ ବନ୍ଦ

ସାଲେପୁର, ୦୮/୧୦/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା ): ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ ସାଲେପୁର ରେ ଦେଖିବା କୁ ମିଳିଛି ।ଏହି ପରିପ୍ରେକ୍ଷୀରେ ଟାଙ୍ଗୀ – ସାଲେପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ରାଜ୍ୟ ଉପ ସଭାପତି ହରିବନ୍ଧୁ ଶତପଥୀଙ୍କ ନେତୃତ୍ଵରେ  ସାଲେପୁରରେ ବନ୍ଦ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ  ହୋଇଯାଇଛି ।ଆନ୍ଦୋଳନକାରୀମାନେ ବିଶେଷ କରି ଏମ୍ ଏମଡିଆର ( ସଂଶୋଧନ) ଆଇନ ରଦ୍ଦ,ମୁଖ୍ୟ ନିର୍ବାଚନ କମିସନର  ଜ୍ଞାନେସ କୁମାରଙ୍କୁ ତୁରନ୍ତ ବରଖାସ୍ତ,ଗଣ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ,ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ ରିଲିଫ ଓ ପୁନର୍ବାସ ସହାୟତା ଆଦି ୪ ଦଫା ଦାବି ସମ୍ବଳିତ କଂଗ୍ରେସ ଦଳୀୟ କର୍ମୀ ଓ ଇଣ୍ଡି ମେଣ୍ଟ ର କର୍ମୀ ମାନେ ଗଣତାନ୍ତ୍ରିକ ଉପାୟରେ ସାଲେପୁରର ଦୋକାନ ବଜାର,ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍ ଓ ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ କରିବା ସହିତ ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରେ  ପ୍ରତିବାଦ କରିଥିଲେ।

ଏପରିକି ଶ୍ରୀ ଶତପଥୀଙ୍କ ନେତୃତ୍ଵରେ ସାଲେପୁର ସହର,ମାଛୁଆତି, ଶିଶୁଆ, ଟାଙ୍ଗୀ, ପାଗା, ବହୁଗ୍ରାମ ,ନାଦୋଳ, ଜପ କୁଦ, ପଟୁଆହାଟ,ରାଇ ସୁଙ୍ଗୁଡା ସମେତ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ବନ୍ଦ କାର୍ଯ୍ୟ କୁ ସଫଳ କରିଥିଲେ। ବନ୍ଦ ପ୍ରଭାବରେ ରାସ୍ତା ଘାଟ ଶୁନଶାନ୍ ହୋଇ ପଡ଼ିଥିଲା। ତେବେ ଜରୁରୀ କାଳୀନ ଗାଡ଼ି ଯାତାୟାତ କରୁଥିବା ଦେଖିବାକୁ ମିଳିଥିଲା। ବନ୍ଦ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୁରେନ୍ଦ୍ର ମହାରଣା,ସଂଗଠକ ବିଜ୍ଞାନ ଭୂୟାଁ,ଯୁବ ନେତା ବୈକୁଣ୍ଠ ନାଥ ସ୍ୱାଇଁ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୁଦାମ ବାରିକ,ଯୁବ ନେତା ଦୀପକ ଭୂୟାଁ,ପ୍ରାକ୍ତନ ସମିତି ସଭ୍ୟ ଜଗବନ୍ଧୁ ଗୋଚ୍ଛାୟତ,ସନ୍ତୋଷ ରାଉତ,ବିଶ୍ଵଜିତ୍ ଖଟେଇ,ସୁଶାନ୍ତ ସ୍ୱାଇଁ,ଯୁବ ସଂଗଠକ ପ୍ରମୋଦ ମଲ୍ଲିକ,ରବୀନ୍ଦ୍ର ଜେନା,ଯୁବ ନେତା ରାଜା ସିଂହ,ଯୁବ ନେତା ସିତୁ କର,ରାଜୁ ଦାସ,ପ୍ରଭାତ କୁମାର ସାହୁ,କଂଗ୍ରେସ ସଂଖ୍ୟା ଲଘୁ ସେଲ  ଯୁବ ନେତା ମହମ୍ମଦ ନଜରୁଲ ହୁସେନ, ଇଶ୍ରାର ଖାନଙ୍କ ସମେତ ବହୁ ସଂଖ୍ୟାରେ  ବରିଷ୍ଠ,ଯୁବ,ଛାତ୍ର ,ମହିଳା କଂଗ୍ରେସ କର୍ମୀ ମାନେ ସାମିଲ ଥିଲେ।

ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଆନ୍ଦୋଳନରେ ସାଲେପୁର ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟାରେ ବରିଷ୍ଠ,ଯୁବ,ଛାତ୍ର,ମହିଳା କଂଗ୍ରେସ କର୍ମୀ ମାନେ ସାମିଲ ହୋଇଥିଲେ। ଅପରପକ୍ଷେ ଓଡ଼ିଶା ବନ୍ଦ କାର୍ଯ୍ୟ କୁ ସାଲେପୁର ଓ ଟାଙ୍ଗୀ ରେ ସଫଳ କରିବାରେ ସହଯୋଗ କରିଥିବା ନିର୍ବାଚନ ମଣ୍ଡଳୀର ସମସ୍ତ କଂଗ୍ରେସ କର୍ମୀ, ଇଣ୍ଡି ମେଣ୍ଟ କର୍ମୀ,ଶୁଭେଛୁ ଙ୍କୁ,ବ୍ୟବସାୟୀଙ୍କୁ କଂଗ୍ରେସ ନେତା ଶ୍ରୀ ଶତପଥୀ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *