ନିରାକାରପୁର, ୧୩/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ଗୋପାଳ ମଠ ଠାରେ ବିଜେପି ମଣ୍ଡଳ ସଭାପତି ବିପିନ ପାଲଟା ସିଂଙ୍କ ନେତୃତ୍ୱରେ ବିଜେପିର ବୁଥସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡ ୟତରାୟ, ଲକ୍ଷ୍ମୀନାରାୟଣ ମହାନ୍ତି , ସତ୍ୟାନନ୍ଦ ପ୍ରଧାନ, ବିସ୍ତାରକ ମନୋଜ ଦାସ , ଯୁଧିଷ୍ଟିର ମହାପାତ୍ର, ବିପିନ୍ ପାଲଟା ସିଂ ( ମଣ୍ଡଳ ସଭାପତି), ଗଙ୍ଗାଧର ଚଂପତି , ବିଧାନ ସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ , ଜିଲ୍ଲା ପରିଷଦ ପ୍ରାର୍ଥୀ ଆଶିଷ କୁମାର ବରିସଲ, ପ୍ରଦ୍ୟୁମ୍ନ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନ ପୂର୍ବରୁ ତୃଣମଳ ସ୍ତରରେ କର୍ମୀ ମାନେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏହି ବୈଠକରେ ବହୁ ସଂଖ୍ୟାରେ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ।
ଛଣଗିରି ଠାରେ ବିଜେପି ର ବୁଥସ୍ତରୀୟ ବୈଠକ
