କେନ୍ଦ୍ରାପଡ଼ା, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମର ବାର୍ଷିକ ଉତ୍ସବ ଓ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଆସନ୍ତା ୧୭ତାରିଖ ଠାରୁ ଆରମ୍ଭ ହୋଇ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସପ୍ତଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ପଂଚ ମହାଯଜ୍ଞର ଶନିବାର ସନ୍ଧ୍ୟା ୬ଟାରେ ଯଜ୍ଞାଧିବାସ, ରବିବାର ପୂର୍ବାହ୍ନ ୧୦ଟାରେ ଯଜ୍ଞ କଳସଯାତ୍ରା ଓ ଯଜ୍ଞ ଆହୂତିର ଶୁଭାରମ୍ଭ ହେବ । ଏତଦ୍ବ୍ୟତିତ ପ୍ରତ୍ୟେହ ପ୍ରାତଃ ୬ଟାରେ ପ୍ରାର୍ଥନା, ଯୋଗ, ପ୍ରାଣାୟମ, ସ୍ୱାଧାୟ, ସୂର୍ଯ୍ୟପୂଜା, ଗୋପୂଜନ, ଯଜ୍ଞ ଆହୂତି, ସତ୍ସଙ୍ଗ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ସୋମବାର ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆଶ୍ରମ ପକ୍ଷରୁ ଜଣାପଡିଛି ।
Related Posts
ଦାନଗଦି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଯାଜପୁର,୨୮/୧୦/୨୦୨୪ (ଓଡ଼ିଶା ସମାଚାର)-ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଦାନଗଦି ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ…
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀର ପାସିଂ ଆଉଟ୍ ପ୍ୟାରେଡ
୧୧୩ ଜଣ ସଶସ୍ତ୍ର ପୋଲିସ ସବ୍ ଇନ୍ସପେକ୍ଟରଙ୍କ ଟ୍ରେନିଂ ସମ୍ପୂର୍ଣ୍ଣ – କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୋଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ ହୁଏ – …
କାନ୍ଦି କାନ୍ଦି ବ୍ଲକ୍ ଛାଡିବାର ମାସକ ପରେ ଵ୍କକ୍ ଆସି ହସି ହସି ବିଦାୟକାଳୀନ ସମ୍ବର୍ଦ୍ଧିତ ହେଲେ ବିବାଦୀୟ ଵିଡିଓ ରୁମନା ଜାଫ୍ରି
କଟକ ସଦର,୨୩/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଗତ ‘ଦାନା’ବାତ୍ୟା ସମୟରେ କୁଆଡେ ନଯାଇ ବ୍ଲକରେ ବସି ଭଲ କାମ କରିଥିବା ଦର୍ଶାଇ ତତ୍କାଳୀନ କଟକ ସଦର…
