କେନ୍ଦ୍ରାପଡ଼ା, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଂଚାୟତର ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମର ବାର୍ଷିକ ଉତ୍ସବ ଓ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଆସନ୍ତା ୧୭ତାରିଖ ଠାରୁ ଆରମ୍ଭ ହୋଇ ୨୪ତାରିଖ ପର୍ଯ୍ୟନ୍ତ ଚାଲିବ । ଆଶ୍ରମର ପ୍ରତିଷ୍ଠାତ୍ରୀ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସପ୍ତଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ପଂଚ ମହାଯଜ୍ଞର ଶନିବାର ସନ୍ଧ୍ୟା ୬ଟାରେ ଯଜ୍ଞାଧିବାସ, ରବିବାର ପୂର୍ବାହ୍ନ ୧୦ଟାରେ ଯଜ୍ଞ କଳସଯାତ୍ରା ଓ ଯଜ୍ଞ ଆହୂତିର ଶୁଭାରମ୍ଭ ହେବ । ଏତଦ୍ବ୍ୟତିତ ପ୍ରତ୍ୟେହ ପ୍ରାତଃ ୬ଟାରେ ପ୍ରାର୍ଥନା, ଯୋଗ, ପ୍ରାଣାୟମ, ସ୍ୱାଧାୟ, ସୂର୍ଯ୍ୟପୂଜା, ଗୋପୂଜନ, ଯଜ୍ଞ ଆହୂତି, ସତ୍ସଙ୍ଗ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ସୋମବାର ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆଶ୍ରମ ପକ୍ଷରୁ ଜଣାପଡିଛି ।
Related Posts
ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୧ ହଜାର ଲିଟର ମହୁଲ ପୋଚ ନଷ୍ଟ ଓ ୨୦ ଲିଟର ଦେଶୀ ମଦ ଜବତ ଓ ଜଣେ ଗିରଫ
ଭୁବନ , ୧୯/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ଚନ୍ଦାର, ଏକତାଳି ଓ ମୃଦଙ୍ଗା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ…
ରାଜ୍ୟପାଳଙ୍କୁ ବଜେଟ୍ କପି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଧାନସଭାରେ ଆଜି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଆଗତ ହେବାକୁ ଥିବାବେଳେ ଏହା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ଜିଲା ପ୍ରଶାସନ ପକ୍ଷରୁ ଧର୍ମଶାଳା ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ଯାଜପୁର, ୨୯/୦୧/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଧର୍ମଶାଳା ବ୍ଳକ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ଆରକ୍ଷୀ…
