କେନ୍ଦ୍ରାପଡ଼ା,୨୯/୧୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲଳ ପଟ୍ଟାମୁଣ୍ଡାଇ ଇନ୍ଦୁପୁର ମାର୍ଗସ୍ଥିତ ଅରୁଆ କଦଳୀବଣ ଉଚ୍ଚଶିକ୍ଷାଶ୍ରମ ୧୯୮୬ ବ୍ୟାଚ ର ବନ୍ଧୁ ମିଳନ ଗତ ୨୪ତାରିଖ ବୁଧବାର ଦିନ ଉଚ୍ଚ ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତହୋଇଯାଇଅଛି । ଏଥିରେ ୧୯୯୬ ବ୍ୟାଚ୍ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ସେମାନେ ହେଲେ ସର୍ବଶ୍ରୀ ବ୍ରଜ କିଶୋର ଦାସ, ଭ୍ରମରବର ନନା, ରବିନ୍ଦ୍ର ସାହୁ, ଦେବାଶିଷ ସ୍ୱାଇଁ, ହରିସାର୍ ଓ ବାପୁ ସାର୍ । ଛାତ୍ରୀମାନେ ହେଲେ ଅହଲ୍ୟା, ବିଜୟ ଲକ୍ଷ୍ମୀ, ପ୍ରୀତିଲତା, କ୍ରାନ୍ତିଲତା, ସୁପ୍ରିୟା, ସସ୍ମିତା, ସ୍ନେହଲତା, ମଞ୍ଜୁଲତା, ସଞ୍ଜୁଲତା, ମଞ୍ଜୁ ପଲେଇ ଓ ମମତା । ସେହି ବ୍ୟାଚ ର ଛାତ୍ରମାନେ ହେଲେ ପ୍ରଭାତ, କୃଷ୍ଣଚନ୍ଦ୍ର, ଅଭୟ, ସଞ୍ଜୟ, ବିଦ୍ୟାଧର, ଶିଶିର, ବିଶ୍ୱନାଥ, ଚକ୍ରଧର, ସୁଭେନ୍ଦୁ, ଅମୀୟ, ପ୍ରତାପ, ଭୂପତି, ଚିତରଞ୍ଜନ ଓ ଅଭୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ବନ୍ଧୁ ମିଳନ ଦିବା ୧୦ ଘଙ୍କିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଚାଲିଥିଲା ।ଏହି ବନ୍ଧୁ ମିଳନ ଉତ୍ସବରେ ଏକ ଭୋଜିର ଆୟୋଜନ କରାଯାଇଥିଲା ।
