ଜିଲା ଖଣ୍ଡାୟତ ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ

କେନ୍ଦ୍ରାପଡ଼ା, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ଜିଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ଏକ ପ୍ରତିନିଧି ଦଳ ଜିଲା ସଭାପତି ଶରତ କୁମାର ବେହେରାଙ୍କ ନେତୃତ୍ୱରେ ନୂଆ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଜିଲାର କେତେକ ମୌଳିକ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ସେସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଜିଲାପାଳ ପ୍ରତିଶୃତି ଦେଇଥିଲେ । ଏତଦ୍‌ବ୍ୟତିତ ଅତିରିକ୍ତ ଜିଲାପାଳ ପିତାମ୍ବର ସାମଲଙ୍କୁ ସାକ୍ଷାତ କରି ଜିଲା କ୍ଷତ୍ରୀୟ ଖଣ୍ଡାୟତ ମହାସଂଘର ପଞ୍ଜିକରଣ ପାଇଁ ଉଦ୍ଦିଷ୍ଟ ସମସ୍ତ କାଗଜପତ୍ର ଦାଖଲ କରି ଏଥିପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳରେ ସୁମନ୍ତ କୁମାର ରାଉତ, ସୁଶିଲ କୁମାର ସାମଲ, ଗୋଲେଖ ଚନ୍ଦ୍ର ପଢିହାରୀ, ଚନ୍ଦନ କୁମାର ପରିଡା, ବିଶ୍ୱଜିତ ରାୟ, ସଂଗ୍ରାମ କେଶରୀ ଜେନା, ରବୀନ୍ଦ୍ର କୁମାର ବଳ, ଡ. ଚୈତନ୍ୟ କୁମାର ପରିଡା, ମାନସ ରାଉତରାୟ, ଚିତରଞ୍ଜନ ବଳ, ମକୁ ଦାସ, ଅମରବର ବିଶ୍ୱାଳ, ଭାଗୀରଥି ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *