କଟକ ସଦର,୧୩/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବ୍ଲକର ୧୯୬୦ ଜଣ ନୂତନ ହିତାଧିକାରୀଙ୍କ ମଧ୍ୟରୁ ଆଜି ଶୁକ୍ରବାର ଦିନ ୪୨ ମୌଜାର ୬ ଗୋଟି ପଞ୍ଚାୟତର ୫୬୩ ଜଣଙ୍କୁ ଗୋବିନ୍ଦପୁର ସ୍ୱର୍ଣ୍ଣ ମଣ୍ଡପରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଭତ୍ତା ବଣ୍ଟନ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଵିଡିଓ ପ୍ରତୀକ ସାହୁ ଓ ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକଙ୍କ ସମେତ ପଞ୍ଚାୟତ ନିର୍ଵାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତ ନିର୍ଵାହୀ ଅଧିକାରୀ ମାନଙ୍କ ମଧ୍ୟରେ ଦୂର୍ଗା ପ୍ରସାଦ ମହାପାତ୍ର,ହେମନ୍ତ କୁମାର ଦାଶ, ଜୟନ୍ତ କୁମାର ଦାସ, ସୁଧାଂଶୁ ଶେଖର ମହାପାତ୍ର, ଅମୀୟ ରଞ୍ଜନ ବାରିକ ପ୍ରମୁଖ ସହାୟତା କରିଥିଲେ।

ମଧୁ ବାବୁ ପେନସନ ଯୋଜନାରେ ୫୬୩ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ ପ୍ରକାଶ ସେଠୀ
