ମାହାଙ୍ଗା,୧୨/୧୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମ ଗ୍ରାମର ମୁରବୀ, ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି,ଷ୍ଟେଟବ୍ୟାଙ୍କ ବାଲିଚନ୍ଦ୍ରପୁର ଶାଖାର ଅବସରପ୍ରାପ୍ତ କର୍ମଚାରୀ, ବିଶିଷ୍ଟ ସମାଜସେବୀ ଯଦୁନାଥ ନାୟକଙ୍କ ୭୯ ବର୍ଷ ବୟସରେ ଗୁରୁବାର ଭୋରରୁ ପରଲୋକ ଘଟିଛି ।
ଯଦୁନାଥଙ୍କ ଦେହାନ୍ତରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିଶୋକ ପ୍ରକାଶ କରିବା ସହିତ, ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ । ଜ୍ୟେଷ୍ଠ ପୁତ୍ର ସଞ୍ଜୟ କୁମାର ନାୟକ ମୁଖାଗ୍ନି ଦେଇଥିବା ବେଳେ, ଗ୍ରାମ୍ୟ ସ୍ମଶାନରେ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତରେ ସ୍ବର୍ଗତ ନାୟକଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ପୁତ୍ର ସରୋଜ ନାୟକ, ଶିଶିର ନାୟକ, ଶ୍ରୀକାନ୍ତ ନାୟକ, ସମୀର ନାୟକ,ପୁତୁରା ଅନିଲ ନାୟକ, ଅଶ୍ୱିନୀ ନାୟକ,ଭାଇ ଅମର ନାୟକ,ଅଜୟ ନାୟକ ,ଅଭୟ ନାୟକ ,ଅକ୍ଷୟ ନାୟକ, ଭିଣୋଇ ତ୍ରିଲୋଚନ,ଜ୍ୱାଇଁ ଅନନ୍ତରାମ ମହାନ୍ତି,ମୀନକେତନ ପ୍ରଧାନ, ନିହାରଞ୍ଜନ ସାମଲ,ଝିଅ ସସ୍ମିତା ପ୍ରଧାନ, ମାନସୀ ମହାନ୍ତି, ଅଭିଲିପସା ସାମଲ,ମମତା ରାଉତରାୟ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।
ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତି,ଅଶୋକ ସ୍ୱାଇଁ, ରଂଜିତ ମହାନ୍ତି, ବିଚିତ୍ରନନ୍ଦ ଲେଙ୍କା, ବିଦ୍ୟାଧର ନାୟକ, ଅରୁଣ ନାୟକ, ମୃତ୍ୟୁଞ୍ଜୟ ବିଶ୍ୱାଳ,ରଘୁନାଥ ବିଶ୍ୱାଳ, ସଞ୍ଜୟ ଭୂୟାଁ, ସୁଦର୍ଶନ ବିଶ୍ୱାଳ, କୁଳମଣି ବିଶ୍ୱାଳ, କାଙ୍ଗାଳି ବିଶ୍ୱାଳ, ସରୋଜ ରାଉତ ପ୍ରମୁଖ ସ୍ବର୍ଗତ ଯଦୁନାଥଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।
