ଗରଦପୁର,୨୫/୦୯/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ର ବିଭିନ୍ନ ଚଅଂଚଳରେ ଗତ ୪ ଦିନ ହେଲା ବଜ୍ରପାତ ସଚେତନତା ରଥ ବୁଲୁଛି । ବଜ୍ରପାତ ପ୍ରତି ସାବଧାନ ରହିବାକୁ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନତା ବାର୍ତା ପ୍ରଦାନ କରାଯାଉଛି ।
ବଜ୍ରପାତ ରୁ ଘରକୁ ରକ୍ଷା କରିବା ପାଇଁ ଘରେ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାନ୍ତୁ । ଘର ଭିତରେ ଥିବାବେଳେ ଝରକା କବାଟ ଏବଂ କାନ୍ଥ ଠାରୁ ଛାଡ଼ିକରି ହୁହନ୍ତୁ । ବିଦ୍ୟୁତ ସୁପରିବାହୀ ବସ୍ତୁ ଠାରୁ ଦୂରେଇ ରହନ୍ତୁ । ବିଦ୍ୟୁତ ତାର ଓ ବିଦ୍ୟୁତ ଖୁଂଟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ବଜ୍ରପାତ ର ସମ୍ଭାବନା ଦେଖାଦେଲେ ଗୃହପାଳିତ ପଶୁ ମାନଙ୍କୁ ଘର ଭିତରେ ରଖିବାକୁ କୁହାଯାଇଛି ।
ସେହିପରି ବଜ୍ରପାତ ସମୟରେ ମୋବାଇଲ ଫୋନ୍ ଆଦୌ ବ୍ୟବହାର କରନ୍ତୁ ନାହିଁ , ଘଟଘଟି ମାରୁଥିବା ସମୟରେ ଗାଡ଼ି ଚଳାନ୍ତୁ ନାହିଁ , କୌଣସି ଧାତୁ ତିଆରି ଜିନିଷକୁ ଛୁଅନ୍ତୁ ନାହିଁ , ହାତରେ ମାଛଧରା ବନ୍ସି , ଲୁହା ବେଂଟ ଛତା କିମ୍ବା ଲୁହାଛଡ଼ ଧରନ୍ତୁ ନାହିଁ , ଲୁହା ଖମ୍ବ ଓ ଲୁଗା ଶୁଖାଇବା ତାର ଠାରୁ ଦୂରେଇ ରହିବା ଆଦି ବିଭିନ୍ନ ପରାମର୍ଶ ଦିଆଯାଉଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ରତଫରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।
