ବିଜେଡି ନେତ୍ରୀ ଙ୍କ ନିର୍ବାଚନୀ ସମରସଜ୍ଜା

ଖୋରଧା ୧୮/୦୨/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନ ଆଉ ଦିନ କେତଟା ବାକି ଥିବାବେଳେ ଖୋରଧା ନିର୍ବାଚନମଣ୍ଡଳୀ ରେ ରାଜନୈତିକ ତାତି ଏବେଠୁ ସ୍ପଷ୍ଟ ବାରି ହୋଇ ପଡ଼ିଲାଣି । ଆଶାୟୀ ମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ସମସ୍ତ ଙ୍କୁ ପଛରେ ପକାଇ ବିଜୁ ଜନତା ଦଳର ସଂଗଠନ କୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ ଦୀର୍ଘ ଦୁଇ ବର୍ଷ ଧରି ନିରନ୍ତର ଅଣ୍ଟା ଭିଡି ବାହାରିଛନ୍ତି । ଏହି ଆଧାରରେ ବିଭିନ୍ନ ଜୋନ ରେ ବରିଷ୍ଠ, ଯୁବଛାତ୍ର ଏବଂ ମହିଳା ମାନଙ୍କୁ ସାଥିରେ ନେଇ ବିଶାଳ ବାଇକ ଶୋଭାଯାତ୍ରା ରେ ପ୍ରତିଟି ୱାର୍ଡ ପରିକ୍ରମା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକ କଲ୍ୟାଣକାରି ଯୋଜନା ଏବଂ ଓଡିଶା କୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ତାଙ୍କର ନିରବଛିନ୍ନ ପ୍ରତିବଦ୍ଧତା ସମ୍ପର୍କ ରେ ସାଧାରଣ ରେ ଅବଗତ କରାଇବାସହ ପୁନଃଶ୍ଚ ଷଷ୍ଠ ଥର ପାଇ ମୁଖ୍ୟମନ୍ତ୍ରୀ ପଦରେ ଗାଦିନାସିନ କରାଇବାକୁ ସମସ୍ତେ ଭେଦଭାବ ଭୂଲି ଏକଜୁଟ ହୋଇ କାର୍ଯ୍ୟ କରିବାକୁ ନିବେଦନ ବାଢୁଛନ୍ତି । ଏହି ଆଧାରରେ ଖୋରଧା ପୌରପରିଷଦ ର ୨୨ଟି ଯାକ ୱାର୍ଡ ରେ ପରିକ୍ରମା କରି ଘରେ ଘରେ ଶଙ୍ଖ ଓ ହୃଦୟଯୋଡ ଯାତ୍ରା କୁ ଆଗେଇ ନେଇଥିଲେ । ପ୍ରତିଟି ୱାର୍ଡ ରେ ମହିଳା ମାନଙ୍କ ଦ୍ୱାରା ଶ୍ରୀମତୀ ମହାପାତ୍ର ଙ୍କୁ ଫୁଲ ଚନ୍ଦନ ଦେଇ ଉଛ୍ୱଶିତ ସମ୍ବର୍ଦ୍ଧନା ଦିଆଯାଇ ଶୋଭାଯାତ୍ରା କୁ ପାଛୋଟି ନିଆ ଯାଇଥିଲା । ଏହି ଯାତ୍ରା ରେ ନେତୃତ୍ୱ ନେଇଥିଲେ ହିରୋଜ ସାହେବ, ଶିବପ୍ରସାଦ ସାହୁ, ହେମନ୍ତ ନାୟକ, ସମୀର ସାହୁ, ଶିବାଶିଷ ମହାନ୍ତି, ଚିନ୍ମୟ ନାୟକ, ସକେତ ଦାସ, ପିଣ୍ଟୁ ଖଟେଇ, କୈଳାସ ପରିଡାଏବଂ କାଳୁଚରଣ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *