ଭୁବନ,୨୦/୦୯/୨୦୨୬ (ଓଡ଼ିଶା ସମାଚାର)-ଭୁବନର ପ୍ରସିଦ୍ଧ ଗଣେଶ ପୂଜାରେ ଫ୍ରେଣ୍ଡସିପ କ୍ଲବ୍ ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଚଳିତ ବର୍ଷ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବୃନ୍ଦାବନ ପ୍ରେମ ମନ୍ଦିର କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଛି। ଶନିବାର ସନ୍ଧ୍ୟାରେ କ୍ଲବ୍ ର ଗଣେଶ ମହୋତ୍ସବ ଉଦଘାଟିତ ହୋଇଯାଇଛି।
ସଭାପତି ଜୀବନ ଜ୍ୟୋତି ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ବିକାଶ କୁମାର ମହାନ୍ତି,ତହସିଲଦାର ଜ୍ୟୋତିରୂପା ଶତପଥୀ,ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ପ୍ରମୁଖ ଯୋଗଦେଇ ଫ୍ରେଣ୍ଡସିପ କ୍ଲବ୍ କୁ ଭୁୟସୀ ପ୍ରଶଂସା କରିଥିଲେ । ପରେ ଜାଭେଦ ଡ୍ୟାନ୍ସ ଗ୍ରୁପ୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
