ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍ ର ତଦନ୍ତ ଦାବି କଲେ ଆଜୀବନ ସଦସ୍ୟ ଡ଼ଃ. ଜ୍ଞାନେନ୍ଦ୍ର

ଭୁବନେଶ୍ୱର,୨୦/୦୯/୨୦୨୬ (ଓଡ଼ିଶା ସମାଚାର)-ଭୁବନେଶ୍ୱର ବୁଦ୍ଧମନ୍ଦିରର ବରିଷ୍ଠ ସଦସ୍ୟ ଡ଼ଃ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଭୁବନେଶ୍ୱର ବୁଦ୍ଧ ମନ୍ଦିରରେ ଚାଲିଥିବା ବ୍ୟବସାୟ ଓ ସ୍କୁଲ୍ ପଇସାରେ ହରିଲୁଟ୍ ଉପରେ, ଆଜି ସନ୍ଧ୍ୟାରେ ୟୁନିଟ୍-୪ ହୋଟେଲ ଓସଟ୍ରାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୧୯୫୬ ମସିହାରେ ଯେତେବେଳେ ପୃଥିବୀରେ ଭଗବାନ ତଥାଗତ ବୁଦ୍ଧଙ୍କ ୨୫୦୦ତମ ବୁଦ୍ଧ ଜୟନ୍ତୀ ପାଳନ ହେଉଥିଲା, ସେତିକିବେଳେ ଭାରତବର୍ଷର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଅନୁରୋଧକ୍ରମେ ସବୁ ରାଜ୍ୟରେ ବୁଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହି କ୍ରମରେ ଡ଼ଃ ହରେକୃଷ୍ଣ ମହତାବ ସେତେବେଳେର ମୁଖ୍ୟମନ୍ତ୍ରୀ ବୁଦ୍ଧଧର୍ମର ପ୍ରଚାର ପ୍ରସାର ପାଇଁ ୩ ଏକର ସରକାରୀ ଜମି ଭୁବନେଶ୍ୱରର ପ୍ରମୁଖ ସ୍ଥଳରେ ଟଙ୍କିକିଆ ସଲାମୀରେ ଉତ୍କଳ ବୌଦ୍ଧ ସଂଘକୁ ଦେଇଥିଲେ ।

ଏହି ସମ୍ପତି ଉପରେ ବିଭିନ୍ନ ସମୟରେ ବିଭିନ୍ନ ଜମିମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥାଏ । କିନ୍ତୁ ନବୀନ ସରକାର ଆସିବା ପରେ ୨୦୦୨ ମସିହାରେ ସେତେବେଳର ଶାସନର ପ୍ରମୁଖ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ପୁତୁରା, ଏହି ଜମିକୁ ହାତେଇବା ପାଇଁ ଏକ ଟ୍ରଷ୍ଟ ନାମରେ ଅନଧିକୃତ ଜଣେ ବ୍ୟକ୍ତିଙ୍କ ଠାରୁ ଚୁକ୍ତିପତ୍ର ରେଜିଷ୍ଟ୍ରି କରି ସ୍କୁଲ ଆରମ୍ଭ କରିଦେଲେ । ସାମ, ଦାନ, ଦଣ୍ଡ, ଭେଦ ନୀତିରେ ୨୩ବର୍ଷ ହେବ ଟ୍ରଷ୍ଟି, ସମ୍ପାଦକ ଓ ଆଉ କଣ କଣ ପଦ ହାତେଇ, ବୁଦ୍ଧଧର୍ମର ପ୍ରଚାର ପ୍ରସାର ସ୍ଥାନରେ, ବୁଦ୍ଧ ମନ୍ଦିରକୁ ଏକ ବ୍ୟବସାୟ ସ୍ଥଳ କରି ନର୍ସରୀ, କ୍ୟାଟେରିଙ୍ଗ, ପୁରୁଣା ରଦି ଜିନିଷ ବିକ୍ରୟ କେନ୍ଦ୍ର, ହଲ୍ ଭଡ଼ା, ଖାଇବା ସ୍ଥାନ ଭଡ଼ା, ସେହିପରି ସ୍କୁଲରେ ଡ଼୍ରେସ୍, ବହି, ଖାତା, ସବୁଥିରେ ପି.ସି.ରେ କାର୍ଯ୍ୟ •ଲିଛି ବୋଲି ଡଃ ଜ୍ଞାନେନ୍ଦ୍ର ଅଭିଯୋଗ କରିଛନ୍ତି ।

ବୁଦ୍ଧ ମନ୍ଦିର ସ୍କୁଲ ବିଲଡ଼ିଙ୍ଗର ହୋଲଡ଼ିଙ୍ଗ ଟିକସ ଦିଆଯାଇ ପାରୁନାହିଁ ଅଥଚ ଲକ୍ଷ୍ମୌ ବୁଦ୍ଧ ମନ୍ଦିରର ଇଲେକ୍ଟ୍ରି ବିଲ୍ ୭ଲକ୍ଷ ଟଙ୍କା ଭୁବନେଶ୍ୱର କେନ୍ଦ୍ର ଦେଲା । ଲୋନ୍ ନାମରେ ୫ବର୍ଷ ହେବ ଭୁବନେଶ୍ୱର କେନ୍ଦ୍ର, ଅନ୍ୟ ବାବଦରେ ୩୦ଲକ୍ଷ ଟଙ୍କା ଦେବା, ଆବଶ୍ୟକତା ନଥାଇ ୬୦ଲକ୍ଷ ଟଙ୍କାର ସୋଲାର ସ୍କୁଲ୍ ରେ ଲଗାଇବା ବିଷୟ ଉପରେ ତଥା ୨୩ବର୍ଷ ଆୟବ୍ୟୟର ସ୍ୱତନ୍ତ୍ର ଅଡ଼ିଟ୍ ପାଇଁ ପ୍ରଶ୍ନ କରିବା ପରେ, ତାଙ୍କୁ କିଭଳି ଏହି ସଂସ୍ଥାରୁ ବିଦା କରାଯିବ, ୪ବର୍ଷ ହେବ ବାରମ୍ବାର ସହରି ନକ୍ସଲଙ୍କ ଦ୍ୱାରା ନକ୍ସା ପ୍ରସ୍ତୁତ ଚାଲିଛି ।
ଡଃ ଜ୍ଞାନେନ୍ଦ୍ର ବୁଦ୍ଧ ସଂଘରେ ୪୦ବର୍ଷର ଇତିହାସ ଲେଖିବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲୋକାର୍ପଣ ହେବା ପରେ, ଲୁଟେରାମାନଙ୍କ ମୁଖା ଖୋଲି ଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ସଂସ୍କୃତିମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ବୁଦ୍ଧ ମନ୍ଦିର ଓ ସ୍କୁଲର ଆର୍ଥôକ ଅନିୟମିତତା ଓ ବୁଦ୍ଧଧର୍ମ ସଂସ୍ଥାରୁ ବ୍ୟବସାୟୀ କରଣ ବନ୍ଦ ପାଇଁ ବିହୀତ ପଦକ୍ଷେପ ନେବା ସହ ବୁଦ୍ଧଧର୍ମର ପ୍ରଚାର ଓ ପ୍ରସାରରେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *