କେନ୍ଦ୍ରାପଡ଼ା, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବଙ୍କ ପତ୍ର ସଂଖ୍ୟା ୧୩୫୩୭ ତା ୨୨/୧୧ /୨୦୨୩ରିଖ ଅନୁଯାୟୀ ସମଗ୍ର ରାଜ୍ୟ ତଥା ଆମ ଜିଲା କେନ୍ଦ୍ରାପଡ଼ାରେ ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଦୁର୍ଘଟଣାଜନିତ ‘ଶୂନ୍ୟମୃତ୍ୟୁ ସପ୍ତାହ ପାଳନ’ କରାଯିବ । ଏହି ଅବସରରେ ଜିଲାର ସମସ୍ତ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କୁ ଜିଲା ପ୍ରଶାସନ ତଥା ପରିବହନ ବିଭାଗ ପକ୍ଷରୁ ଗାଡ଼ି ଚାଳନା ସମୟରେ ସଡ଼କ ସୁରକ୍ଷା ନିମନ୍ତେ ବ୍ୟବସ୍ଥିତ ନିୟମର ନିଶ୍ଚିତ ପାଳନ ପାଇଁ ନିବେଦନ କରାଯାଇଛି । ସର୍ବେକ୍ଷଣରୁ ଜଣାଯାଇଛି ଯେ, ସମଗ୍ର ଦେଶରେ ବାର୍ଷିକ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧.୫୦ ଲକ୍ଷ ଥିବା ବେଳେ ଆମ ରାଜ୍ୟରେ ଏହାର ସଂଖ୍ୟା ୫ ହଜାର ରହିଛି । ଏହି ମୃତ୍ୟୁ ସଂଖ୍ୟା ହାରକୁ କମାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗର ସହଯୋଗକ୍ରମେ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ସୂଚନାଯୋଗ୍ୟ, ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ପାଳନ ଅବସରରେ ବିଭିନ୍ନ ବିଭାଗର ସହଯୋଗ ଓ ଜନସାଧାରଣଙ୍କ ସଚେତନତା ଯୋଗୁଁ ମୃତ୍ୟୁହାର ୪୦ ପ୍ରତିଶତରୁ ୨୮.୬ ପ୍ରତିଶତକୁ ହ୍ରାସ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ଏଣୁ ଜନସାଧାରଣ, ଗାଡ଼ିଚାଳକ, ଗାଡ଼ିମାଲିକମାନଙ୍କୁ ଗାଡ଼ି ଚାଳନା ସମୟରେ ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ ପୂର୍ବକ ୨ ଚକିଆ ଯାନ ଚଳାଇବା ବେଳେ ଯାନରେ ୨ ଜଣରୁ ଅଧିକ ନବସାଇବା ସହ ଚାଳକ ଓ ଆରୋହୀ ହେଲମେଟ୍ ପରିଧାନ କରିବା, ବିନା ଡ୍ରାଇଭିଙ୍ଗ୍ ଲାଇସେନ୍ସରେ ଗାଡ଼ି ଚଳାଇବା, ମଦ୍ୟପାନ ବା ନିଶାସକ୍ତ ଅବସ୍ଥାରେ ଗାଡ଼ି ନଚଳାଇବା ପାଇଁ ଅନୁରୋଧ କରାଯାଇଛି । ଡ୍ରାଇଭିଙ୍ଗ୍ ଲାଇସେନ୍ସ ବିନା ଗାଡ଼ି ଚଳାଇବା ଓ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ପାଇଁ ଯଥାକ୍ରମେ ୫ହଜାର ଓ ୧୦ହଜାର ଟଙ୍କା ଜୋରିମାନାର ବ୍ୟବସ୍ଥା ରହିଛି । ପୁନଶ୍ଚ ଗାଡ଼ି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା, ମାଲବାହି ଗାଡ଼ିରେ ଯାତ୍ରୀ ପରିବହନ ନକରିବା, ଧାର୍ଯ୍ୟ ଓଜନଠାରୁ ଅଧିକ ମାଲ୍ ପରିବହନ ନକରିବା, ଭାରି ଓ ହାଲୁକାଯାନ ଚଳାଇବା ବେଳେ ସିଟ ବେଲ୍ଟ ବ୍ୟବହାରକୁ ସୁନିଶ୍ଚିତ କରିବା ସହ ଧାର୍ଯ୍ୟ ବେଗଠାରୁ ଅଧିକ ବେଗରେ ଗାଡ଼ି ନଚଳାଇବା, ନିଷିଦ୍ଧ ସ୍ଥାନରେ ଗାଡ଼ି ପାର୍କିଂ କରିବା ନିୟମ ପାଳନ କରିବାକୁ ତାଗିଦ୍ କରାଯାଇଛି । ସମସ୍ତ ଅଭିଭାବକମାନଙ୍କୁ ନିବେଦନ କରାଯାଉଛି ଯେ, ୧୮ବର୍ଷରୁ କମ୍ ବୟସ୍କ ପୁଅ ଓ ଝିଅ ମାନଙ୍କୁ ସ୍କୁଲ୍ କଲେଜ୍ ଯିବା ସମୟରେ ଗାଡ଼ି ଚଳାଇବାକୁ ଅନୁମତି ଦିଅନ୍ତୁ ନାହିଁ । ନଚେତ୍ ଜୁଭେନାଇଲ୍ ନିୟମାନୁଯାୟୀ ୨୫ ହଜାର ଟଙ୍କା ଜୋରିମାନା ଓ ଗାଡ଼ି ଅଟକ ରଖିବା ସେଙ୍ଗ ଅଭିଭାବକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପରୋକ୍ତ ସମସ୍ତ ନିୟମକୁ କଡ଼ାକଡ଼ିଭାବେ ପାଳନ କରି ଅମୂଲ୍ୟ ଜୀବନ ରକ୍ଷା କରନ୍ତୁ ଓ ‘ଶୂନ୍ୟମୃତ୍ୟୁ ସପ୍ତାହ ପାଳନ’ ସମୟରେ ମୃତ୍ୟୁ ସଂଖ୍ୟା ଶୂନ୍ୟ କରିବାକୁ ଜିଲା ପରିବହନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
Related Posts
ପଥର ଖଣିରେ ବିସ୍ଫୋରଣ, ୨ମୃତଦେହ ଉଦ୍ଧାର
ଢେଙ୍କାନାଳ,୦୪/୦୧/୨୦୨୬ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଳାମୁଗୁନି ପଥର…
ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି — କଳିଙ୍ଗ ଫୁଟବଲ କପ୍ ଆଉଥରେ ଆରମ୍ଭ ହେବ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରେ ଆଗାମୀ…
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପ୍ରାକ୍ତନ ନିର୍ଦ୍ଦେଶକ ଙ୍କ ପରଲୋକ ।
ନିରାକାରପୁର, ୧୨/୦୨/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ପ୍ରାକ୍ତନ ନିର୍ଦ୍ଦେଶକ, ଛଣଗିରି ପଂଚାୟତର ପୂର୍ବତନ ସରପଂଚ, ପ୍ରାକ୍ତନ ଟାଙ୍ଗୀ ବ୍ଲକ ବିଜେଡି ସଭାପତି ,…
