କଟକ ସଦର,୧୬/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଵ୍ଲକର ଏକ ସମୀକ୍ଷା ବୈଠକ ଆଜି ମଙ୍ଗଳବାର ଦିନ ସମିତି ସଭା ଗୃହରେ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଵିଡିଓ ରୁମନା ଜାଫ୍ରି ଅନୁପସ୍ଥିତ ଥିଲାବେଳେ ଅନ୍ୟାନ୍ୟ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନିର୍ବାଚନ ପୂର୍ବରୁ ଆଦର୍ଶ ଆଚରଣ ବିଧି କଟକଣା ପାଇଁ ଏଵଂ ନିର୍ବାଚନ ପରେ ନୁଆ ଵିଜେପି ସରକାର ଓ ସଦରର ନୁଆ ବିଜେପି ବିଧାୟକଙ୍କ ପାଇଁ ବାଧାପ୍ରାପ୍ତ ହୋଇଥିବା ସବୁ ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବା କୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ, ସମିତି ସଭ୍ୟ/ସଭ୍ୟା ମାନେ ଯୋଗ ଦେଇ ବିଭିନ୍ନ ମତ ଉପସ୍ଥାପନ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ମାସ ୨୧ ତାରିଖ ଦିନ ନୁଆ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ବ୍ଲକରେ ସମୀକ୍ଷା ବୈଠକ କରିଥିବା ବେଳେ ଆଜିର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ସମୀକ୍ଷା ବୈଠକର ଦୁଇଦିନ ପରେ ଆସନ୍ତା ଗୁରୁବାର ଦିନ ପୁଣି ବିଧାୟକ ସମୀକ୍ଷା ବୈଠକରେ ଯୋଗଦେବେ ବୋଲି ଜଣାପଡିଛି। ତେବେ ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ମତପ୍ରକାଶ ପାଉଛି । ଉକ୍ତ ସମୀକ୍ଷା ବୈଠକ ପରିଚାଳନାରେ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ ସହାୟତା କରିଥିଲେ।