ପରମହଂସ ମନ୍ଦିର ରୂପାନ୍ତରଣ ଉପରେ ରୋକ ଲଗାଇଲା ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ

କଟକ ସଦର ,୩୦ /୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳରେ ଥିବା ସର୍ବପୁରାତନ ପ୍ରସିଦ୍ଧ ଶୈବପୀଠ ପରମହଂସନାଥଙ୍କ ମନ୍ଦିର ରୂପାନ୍ତରଣ ପାଇଁ ରାଜ୍ୟ ସରକାର ୪ କୋଟି ୯୬ ଲକ୍ଷ ୪୦ ହଜାର ଟଙ୍କା ମଂଜୁର କରିଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ ଉକ୍ତ ମନ୍ଦିର ପରିସରକୁ ୧୯୮୮ ମସିହାରେ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରିଥିବା ଏଵଂ ପ୍ରତ୍ନତତ୍ତ୍ଵ ବିଭାଗ ନିୟମ ଅନୁଯାୟୀ ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ଵୋଲି ଜଣାପଡିଛି। ହେଲେ ପ୍ରତ୍ନତତ୍ତ୍ଵ ବିଭାଗର ଅଗୋଚରରେ କଟକ ରାସ୍ତା ଓ କୋଠାବାଡ଼ି ଵିଭାଜନ ପକ୍ଷରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶାନୁସାରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରି ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହା ଜଣାପଡିବା ପରେ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ରୋକ୍ ଲଗାଯାଇଥିବା ଜଣାପଡିଛି। ଓଡ଼ିଶାର ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ ଆଇନ୍ ୧୯୫୬ ଅନୁଯାୟୀ ଉକ୍ତ ପ୍ରକଳ୍ପ ଉପରେ ରୋକ ଲଗାଯାଇଥିଲା ବେଳେ ଆବଶ୍ୟକତା ଓ ଶ୍ରଦ୍ଧାଳୁମାନଙ୍କ ଭାବାବେଗକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଏହାର ସୁସମାଧାନ କରିଵାକୁ ସାଧାରଣରେ ଦାବି ହେଉଛି  ।

Leave a Reply

Your email address will not be published. Required fields are marked *