କବିସୂର୍ୟ୍ୟନଗର,୨୦/୦୯/୨୦୨୬ (ଓଡ଼ିଶା ସମାଚାର)- କବିସୂର୍ୟ୍ୟନଗର ବଡ଼ଆଗୁଳ ଗ୍ରାମରେ ଚଳିତ ବର୍ଷ ଗଣେଶ ପୂଜା ଉତ୍ସବକୁ ନେଇ ଦେଖିବାକୁ ମିଳିଛି ବେଶ୍ ଉତ୍ସାହ ଓ ଉଦ୍ଦୀପନା। ଗ୍ରାମର ପୋଖରୀ ମଧ୍ୟରେ ଗଣେଶ ପୂଜା ଆୟୋଜନ କରାଯାଇଥିବା ବେଳେ, ଏହା ଏବେ ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି।
ଏହାସହିତ ଏହି ସାହିରେ ସ୍ଥଳ ଭାଗରେ ଗଣେଶ ମେଢକୁ ମଧ୍ୟ ଧୁମ୍ଧାମ୍ରେ ସେଲିବ୍ରେଟ୍ କରାଯାଉଛି। ସୁନ୍ଦର ସାଜସଜ୍ଜା, ଆଲୋକମାଳା ଓ ଆକର୍ଷଣୀୟ ପରିବେଶ ମଧ୍ୟରେ ଗଣେଶଙ୍କ ପୂଜାର୍ଚ୍ଚନା ଚାଲିଛି।

ପୂଜା ଅବସରରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ଶ୍ରୀଗଣେଶଙ୍କ ଦର୍ଶନ କରୁଛନ୍ତି। ଗ୍ରାମରେ ଏହି ଗଣେଶ ପୂଜାକୁ ନେଇ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗ୍ରାମର ୨ ଟି ପୋଖରୀ ଓ ୧ ଟି ସ୍ଥଳ ଭାଗରେ ଏହିପରି ୩ ଟି ସ୍ଥାନରେ ଗଣେଶ ପୂଜା ହୋଇଛି ।
