କିଶନନଗର ଠାରେ କଟକ ସଦର ବିଜେପି ସେବା ସଂକଳ୍ପ ଅଭିଯାନ ପକ୍ଷରୁ ରକ୍ତଦାନ ଶିବିର,୩୬୩ ୟୁନିଟ୍ ରକ୍ତ ସଂଗ୍ରହ 

କଟକ ସଦର,୨୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ଜନସେବା ପୂର୍ତ୍ତି ଉପଲକ୍ଷେ କଟକ ସଦର ବିଜେପି ସେବା ସଂକଳ୍ପ ଅଭିଯାନ ପକ୍ଷରୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ୱାବଧାନରେ ଆଜି ରବିବାର  ଦିନ କିଶନନଗର କଲେଜ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଶିବିରକୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ନିର୍ମାଣର ବିଶ୍ୱକର୍ମା ବୋଲି ଅଭିହିତ କରି ସବୁ ଦାନ ଠାରୁ ରକ୍ତଦାନ ମହତ ଦାନ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟରେ ତଥା ଦେଶରେ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ କରି ଚର୍ଚ୍ଚାରେ ଥିବା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କଟକ ର ବରିଷ୍ଠ ବିଜେପି ନେତା ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ, ସୁପ୍ରତିଷ୍ଠିତ ଗାୟିକା ଅସୀମା ପଣ୍ଡା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଜେନା, ହୃଷିକେଶ ଜେନା ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ ପ୍ରଭାତ କୁମାର ସେଠୀ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶିଶିର ରୁ ୩୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଵାଵେଳେ ଶିଵିର ପରିଚାଳନାରେ କିଶନନଗର ମଣ୍ଡଳ ବିଜେପି ସଭାପତି ଚିତ୍ତରଞ୍ଜନ ସାହୁ, ସୁଦାମଵତୀ ମଣ୍ଡଳ ସଭାପତି ପଣ୍ଡିତ ରଘୁନାଥ ଚୌଧୁରୀ,ଯୁବ ସଂଗଠକ ପ୍ରଭାସ ଚନ୍ଦ୍ର ସେଠୀ, ପ୍ରମୋଦ ସେଠୀ, ପ୍ରଦୀପ୍ତ ଦାସ, ପ୍ରଶାନ୍ତ ଦାସ, ଜୟନ୍ତ ବେହେରା ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *