ଓଡ଼ିଆ ଫିଲ୍ମ ଆୱାର୍ଡ ୨୦୨୫, ସିଙ୍ଗାପୁର: ସାହିତ୍ୟିକ ଇଂ. ଯାମିନୀକାନ୍ତ ଦାସ ଆମନ୍ତ୍ରିତ

ଭୁବନେଶ୍ୱର,୨୭ /୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆର୍. ଆର୍. ଇଭେଣ୍ଟ ଓ ସିନେ ପ୍ରଡକ୍ସନ ସହ ସିଙ୍ଗାପୁର ଓଡ଼ିଆ ସୋସାଇଟିର ମିଳିତ ଉଦ୍ୟମରେ ମଇ ମାସ ୧୦ ତାରିଖ ଦିନ ସିଙ୍ଗାପୁର ଠାରେ ୫ ଷ୍ଟାର ଫିଲ୍ମ ଆୱାର୍ଡ-୨୦୨୫ ଆୟୋଜିତ ହେବା ନେଇ ଆୟୋଜକଙ୍କ ତରଫରୁ ଜଣାପଡ଼ିଛି। ଉକ୍ତ ସମାରୋହରେ ମୁଖ୍ୟ ଆକର୍ଷଣ ଓ ନାରା ହେବ ‘ଓଡ଼ିଆ ଅସ୍ମିତା ବିଦେଶରେ’।

ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ରୋଡ଼ ସୋ ମାଧ୍ୟମରେ ଓଡିଶାର କଳା, ସାହିତ୍ଯ, ସଂସ୍କୃତି, ନାଚଗୀତ, ପର୍ଯ୍ୟଟନ, ଓଡିଶାରେ ପୁଞ୍ଜିନିବେଶ ସହ ରାଜ୍ୟରେ ଥିବା ପ୍ରଚୁର ଐତିହ୍ୟ ଏବଂ ଅଭିବୃଦ୍ଧିର ଆଶା ଉପରେ ସେଠାର ସମସ୍ତଙ୍କୁ ଅବଗତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଇଂ. ଯାମିନୀ କାନ୍ତ ଦାସଙ୍କୁ ଅତିଥି ଭାବେ ଯୋଗ ଦେବା ପାଇ ନିମନ୍ତ୍ରିତ କରାଯାଇଛି। ସାହିତ୍ୟିକ ଇଂ. ଦାସଙ୍କୁ ଏପରି ଏକ ସୁନାମଧନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ ନିମନ୍ତ୍ରଣ ଖବର ମିଳିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହର ଖେଳାଇ ଦେଇଛି ଏବଂ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *