ଖଵର ପ୍ରସାରଣ ପରେ ଏନ୍ଏଚ୍ଆଇ ର ନିଦ ଭାଙ୍ଗିଲା

              କନ୍ଦରପୁର ରେଲୱେ ଆପ୍ରୋଚ୍ ରୋଡ ପିଚୁ କାମ ଆରମ୍ଭ

କଟକ ସଦର,୨୦/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର ରେଲୱେ ଲେଵୁଲକ୍ରସିଂ ଠାରେ ରାସ୍ତାର ଦୂରାବସ୍ଥା ନେଇ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ବାରମ୍ବାର ଖଵର ପ୍ରସାରଣ ହୋଇ ଆସୁଥିଲା।ଏ ସମ୍ପର୍କରେ ଗତକାଲି ଶନିବାର ଦିନ ‘ଓଡିଶା ସମାଚାର’ ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଏନ୍ଏଚ୍ଆଇ କର୍ତୃପକ୍ଷ ତାଙ୍କ ଅଧିନରେ ଥିବା ଲେଵୁଲକ୍ରସିଂ ର ଦକ୍ଷିଣ ପାଶ୍ୱକୁ ଆଜି ରବିବାର ଦିନ ପିଚୁର୍କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। ସେହିପରି ରେଲୱେ ବିଭାଗ ଅଧିନରେ ଥିବା କନ୍ଦରପୁର ପାର୍ଶ୍ଵ ରାସ୍ତା କେବେ ପିଚୁ ହେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *