ଭୁବନ, ୨୯/୧୨/୨୦୨୪ (ଓଡ଼ିଶା ସମାଚାର)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୬ ନମ୍ବର ୱାର୍ଡ ଅରାସାହି ର ସ୍ବର୍ଗତ କୈଳାସ ଚନ୍ଦ୍ର ପୃଷ୍ଟି ଙ୍କ ପୁତ୍ର ପ୍ରଶାନ୍ତ କୁମାର ପୃଷ୍ଟି ମୃତ୍ୟୁ ପରେ ଶରୀର ଦାନ କରିବା ପାଇଁ ସରକାର ଙ୍କ ସହ ଚୁକ୍ତି କରିଛନ୍ତି । ସୁଦୂର ଝାଡ଼ଖଣ୍ଡ ରେ ଏକ ଡିପ୍ଲୋମା ଇଞ୍ଜିନିୟରିଂ କଲେଜ ରେ ଆକାଉଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପୃଷ୍ଟି ଙ୍କ ଏତାଦୃଶ ନିଷ୍ପତିକୁ ଭୁବନ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି । ଏହା ପୂର୍ବରୁ ଗତ ୨୫ ତାରିଖ ବଡଦିନ ଅବସରରେ ଶିକ୍ଷକ ତଥା ନାଟ୍ୟକାର ଗୁରୁ ପ୍ରସାଦ ମିଶ୍ର ମୃତ୍ୟୁ ପରେ ଶରୀର ଦାନ ପାଇଁ ବଡ ନିଷ୍ପତି ଘୋଷଣା କରିଥିଲେ ।
ମୃତ୍ୟୁ ପରେ ଶରୀର ଦାନ କରିବେ ପ୍ରଶାନ୍ତ ପୃଷ୍ଟି
