କଟକ ସଦର ତହସିଲର ୫ ଟି ଓ କିଶନନଗର ତହସିଲର ୯ ଟି ବାଲିଘାଟ ନିଲାମ ହେବ

କଟକ ସଦର ,୨୩/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ଛାଡି ଦେଵା ପରେ ଏବେ କଟକ ଜିଲ୍ଲାର ୪୦ ଟି ବାଲିଘାଟ କୁ ପ୍ରଥମ ଥର ପାଇଁ ଇ-ଲଟେରୀରେ ଆବଣ୍ଟନ କରିବାକୁ ଜିଲ୍ଲା ଖଣି ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।

ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୧ ଧାର୍ଯ୍ୟ କରାଯାଇଛି। ସେପ୍ଟେମ୍ବର ୨୨ ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଟେଣ୍ଡର ଖୋଲାଯିବ। ଅକ୍ଟୋବର ୧୨ ରୁ ୧୬ ତାରିଖ ମଧ୍ୟରେ ଇ-ଲଟେରୀ ଜରିଆରେ ଉପଯୁକ୍ତ ନିଲାମଧାରୀଙ୍କୁ ଵଛାଯିଵ। ଏହି ପ୍ରକ୍ରିୟାରେ ଜିଲ୍ଲାର କଟକ ସଦର ତହସିଲରେ ୫ ଟି ଓ କିଶନନଗର ତହସିଲରେ ୯ ଟି ବାଲିଘାଟ ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *