କଟକ ସଦର ୨୪/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟରେ ବିଜୁ ଜନତାଦଳ ଶ୍ରମିକ ସଂଗଠନକୁ ଆହୁରି ମଜଭୂତ କରିବା ଏଵଂ ବିଭିନ୍ନ ଅସଂଗଠିତ ଓ ସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ହକ୍ ପାଇଁ ଲଢେ଼ଇକୁ ଜୋରଦାର କରିବା ଲକ୍ଷ୍ୟରେ ସଂଗଠନକୁ ପୁନର୍ଗଠନ କରିଛି। ଏହି ପରିପ୍ରେକ୍ଷୀରେ ଜଣାଶୁଣା ଶ୍ରମିକ ନେତା ତଥା କେଏମସି (କଟକ ମହାନଗର ନିଗମ) ମେୟର ସୁବାସ ସିଂହ ଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଶ୍ରମିକ ସାମୁଖ୍ୟ (ଵିଏସଏସ)ର ରାଜ୍ୟ ସଭାପତି ଭାବେ ପୁଣି ଥରେ ରିପିଟ୍ କରିଛନ୍ତି।
ବିଜୁ ଜନତା ଦଳ (ବିଜେଡ଼ି) ର କଟକ ଜିଲ୍ଲାରେ ହୋଇଥିବା କ୍ଷତି ଭରଣା କରିବାକୁ ବିଜେଡ଼ି ସୁପ୍ରିମୋ କଟକ ଜିଲ୍ଲାରୁ ରାଜ୍ୟ ଓ ଜିଲ୍ଲା ସଂଗଠନରେ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅବସ୍ଥାପିତ କରି ଚାଲିଛନ୍ତି। ତେବେ ନବୀନଙ୍କ ଏହି କ୍ଷତି ଭରଣା ଯୋଜନା ଆଗକୁ କି ରୂପ ନେଉଛି ତା ଉପରେ ସମସ୍ତଙ୍କର ନଜର ରହିବ।
