ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ

                                                       ୫-୦ରେ ନିତା ଫୁଟବଲ ଏକାଡ଼େମୀ ବିଜୟୀ
ଭୁବନେଶ୍ୱର,୨୭/୧୦/୨୦୨୫ (ଓଡ଼ିଶା ସମାଚାର)- ସିଟି କ୍ଲବ, ନୟାପଲ୍ଲୀ ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ପଡ଼ିଆରେ ଚାଲିଥିବା ତୃତୀୟ ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ସୋମବାର ତୃତୀୟ ଦିବସ ମ୍ୟାଚ୍ ରେ ନିତା ଫୁଟବଲ ଏକାଡ଼େମୀ ୫-୦ ଗୋଲ୍ ରେ ବାଲେଶ୍ୱର ଫୁଟବଲ ଏକାଡ଼େମୀକୁ ହରାଇ ବିଜୟ ଲାଭ କରିଥିଲା ।

ନିତା ଫୁଟବଲ ଏକାଡ଼େମୀର ୯ ନମ୍ବର ଜର୍ସି ଖେଳାଳି ସୋନାଲି ସୋରେନ ଏବଂ ଇପ୍ସିତା ରାଉତ ୨ଟି ଲେଖାଏଁ ଗୋଲ୍ ଦେଇଥିବା ବେଳେ ଲଲିତା ବୋଇପାଇ ଗୋଟିଏ ଗୋଲ୍ ଦେଇଥିଲେ । ଉକ୍ତ ମ୍ୟାଚ୍ରେ ନିତା ଫୁଟବଲ ଏକାଡ଼େମୀର ସୋନାଲି ସୋରେନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଥିଲା । ଚନ୍ଦ୍ରକାନ୍ତ ବାରିକ, ସୁଶାନ୍ତ ମିଶ୍ର, ଶେଖାବତ ଖାଁ ଏବଂ ଶୋଭାଲିନ ପଣ୍ଡା ମ୍ୟାଚ୍ ପରିଚାଳନା କରିଥିବା ବେଳେ ଶ୍ରୀ ଶିବଶଙ୍କର ପଣ୍ଡା ମ୍ୟାଚ୍ କମିଶନର ଥିଲେ ।

ଏହି ମ୍ୟାଚ୍ ରେ ଓଡ଼ିଶାର ପୂର୍ବତନ ଆନ୍ତର୍ଜାତୀୟ ଫୁଟବଲ ଖେଳାଳି ମନୀଷା ପାନା, ଗୀତାଞ୍ଜଳି ଖୁଂଟିଆ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ତାଙ୍କ ସହିତ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ଅଶୋକ ମହାନ୍ତି, ମହମ୍ମଦ ସହିଦ ଜବାର, ଇଂ ସୁବ୍ରତ ଦାସ, ଶୁଭେନ୍ଦୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷର ମନୀଷା ପାନା ଅଫ୍ ଦି ମ୍ୟାଚ୍  ଙ୍କୁ ପୁରସ୍କୃତ କରିଥିବା ବେଳେ ସିଟି କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ସୌର୍ଯ୍ୟରଞ୍ଜନ ପରିଜା, ଗିରିଜା ଦାସ, ବନୋଜ ପ୍ରଧାନ, ତିଳୋମା ଦଳେଇ, ଗାୟତ୍ରୀ ସେଠୀ ଏବଂ ଦୀପକ କୁମାର ରାଉତରାୟ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *